ଫୁଲ ଚୋର ମଲାଇକା

ବର୍ତ୍ତମାନ ଚାରିଆଡେ ରଙ୍ଗବେରଙ୍ଗର ଫୁଟ ଫୁଟିଛି। ଏମିତିରେ କେହି ଫୁଲର ମୋହ ଠାରୁ ଦୂରେଇ ଯାଇପାରିବେ ନାହିଁ। ଏଥିରୁ ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ ବାଦ୍‌ ପଡ଼ି ନାହାନ୍ତି। ମଲାଇକା କାଗେଜି ଫୁଲକୁ ଦେଖି ନିଜକୁ ସମ୍ଭାଳିପାରି ନାହାନ୍ତି। କଇଁଚିରେ କାଟି ସେ ଏହି ଫୁଲକୁ ନେଇ ଯାଇଛନ୍ତି।
ଏହି ଫଟୋକୁ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। କ୍ୟାପଶନରେ ଲେଖିଛନ୍ତି, ବସନ୍ତ ଆସିଯାଇଛି। ଏହିପରି ଭାବେ ପ୍ରଶଂସକଙ୍କ ସହ ମସ୍ତିଆଳରେ ସେ ନିଜକୁ ଫୁଲ ଚୋର ମଧ୍ୟ କହିଛନ୍ତି। ମଲାଇକାଙ୍କର ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି। ଏହାକୁ ପ୍ରଶଂସକ ପସନ୍ଦ ମଧ୍ୟ କରୁଛନ୍ତି।

Share