ପ୍ରେମରେ ବୟସ ନ ଥାଏ,ମୁଁ ଅର୍ଜୁନଙ୍କୁ ପାଇ ବହୁତ ଖୁସି: ମଲାଇକା

ବମ୍ବେ: ନିଜଠାରୁ ବୟସରେ ସାନ ଅଭିନେତାଙ୍କୁ ଡେଟ୍‌ କରିବାକୁ ନେଇ ଅନେକ ଥର ଟ୍ରୋଲିଂର ଶିକାର ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା। ଏବେ ସେ ଏନେଇ ମୁହଁ ଖୋଲିଛନ୍ତି। ଛାଡ଼ପତ୍ର ନେବା ସମୟରେ ବି ତାଙ୍କୁ ପ୍ରଶ୍ନ କରାଯାଇଥିଲା। କାରଣ ଏହା ଏଭଳି ଏକ ନିଷ୍ପତ୍ତି ଯାହା ସବୁବେଳେ ତାଙ୍କ ସହ ରହିବ ବୋଲି କୁହାଯାଇଥିଲା। ପରେ ଯେତେବେଳେ ସେ ପ୍ରେମରେ ପଡ଼ିଥିଲେ ଅନେକ ଚକିତ ହୋଇଥିଲେ। ନିଜଠାରୁ ବୟସରେ ସାନ ପୁରୁଷକୁ ଭଲପାଇବାକୁ ନେଇ ତାଙ୍କୁ କଟାକ୍ଷ କରାଯାଇଥିଲା। ହେଲେ ପ୍ରେମରେ ବୟସ ନ ଥାଏ। ସେ ଖୁସି ଯେ ଅର୍ଜୁନଙ୍କ ଭଳି ଜଣେ ପାର୍ଟନର ପାଇଛନ୍ତି। ତାଙ୍କ ପାଇଁ ସେ ନିଜକୁ ଯୁବତୀ ବୋଲି ମନେ କରନ୍ତି। କେବେହେଲେ ଏହାକୁ ନେଇ ଖରାପ ଲାଗିନାହିଁ ବୋଲି ମଲାଇକା ଜବାବ ଦେଇଛନ୍ତି।

Share