ମଲାଇକା କରୋନା ପଜିଟିଭ: ଚିନ୍ତାରେ କରିନା

ମୁମ୍ବାଇ: ବଲିଉଡ୍‌ ନାୟିକା ମଲାଇକା ଆରୋରା କରୋନା ପଜିଟିଭ ଥିବା ଗତକାଲି ତାଙ୍କ ଭଉଣୀ ଅମୃତା ଜଣାଇଥିଲେ। ଏହା ପୂର୍ବରୁ ଅର୍ଜୁନ କପୁର କରୋନାରେ ପୀଡ଼ିତ ହୋଇଥିବା ସେ ନିଜେ ଜଣାଇଥିଲେ। ଏବେ ମଲାଇକାଙ୍କ କରୋନା ପଜିଟିଭ ଖବର ଶୁଣି ଚିନ୍ତାରେ ପଡି ଯାଇଛନ୍ତି କରିନା କପୁର ଖାଁ। କରିନା ଏବେ ଗର୍ଭବତୀ ଅଛନ୍ତି। ହେଲେ ଏବେ ସୋସିଆଲ ମିଡିଆରେ ଯେଉଁ ଫଟୋ ସବୁ ଭାଇରଲ ହୋଇଛି ତାହା ଏବେ କେବଳ କରିନା ନୁହେଁ ଆଉ କେତେ ଜଣଙ୍କୁ ବି ଅଡୁଆରେ ପକାଇଲାଣି।

ଉକ୍ତ ଫଟୋରେ ମଲାଇକା ତାଙ୍କ ଗର୍ଲଗ୍ୟାଙ୍ଗଙ୍କ ସହ ଥିବା ବେଳେ କରିନା ମଧ୍ୟ ତାଙ୍କ ସହ ରହିଛନ୍ତି। ଏହା ପାଖାପାଖି ୧୦ ଦିନ ତଳର ହୋଇଥିବାରୁ ଗର୍ଭବତୀ ଥିବା କରିନାଙ୍କୁ ଏବେ ଏହା ଚିନ୍ତାରେ ପକାଇଛି। ତେବେ ଫଟୋରେ ଯାହା ଦେଖିବାକୁ ମିଳିଛି ନା ସେଥିରେ କେହି ମାସ୍କ ପିନ୍ଧିଛନ୍ତି ନା ସୋସିଆଲ ଡିଷ୍ଟାନସିଂକୁ ଗୁରୁତ୍ୱ ଦେଉଛନ୍ତି। ତେବେ ମଲାଇକା, ଅମୃତା, କରିନା ଓ କରିସ୍ମା ଏମାନେ ଭଲ ସାଥି ହୋଇଥିଲେ ବି ଏବେ କରୋନା ଏମାନଙ୍କୁ ଏକ ପ୍ରକାର ଭୟଭିତ କରି ଦେଇଛି ବୋଲି କୁହାଯାଉଛି।

Share