ମୁମ୍ବାଇ: ମନୋରଞ୍ଜନ ଦୁନିଆର କଳାକାରମାନେ ଅଧିକାଂଶ ସମୟରେ ନିଜର ଫଟୋ ଭିଡିଓକୁ ନେଇ ଚର୍ଚ୍ଚାର ବିଷୟ ପାଲଟି ଯାଇଥାଆନ୍ତି । ଏମିତି ଜଣେ ନାୟିକା ହେଉଛନ୍ତି ବଲିଉଡ୍ ବିୟୁଟି ମଲାଇକା ଆରୋରା । ସେ ଅନକେ ସମୟରେ ଆସିଥାଆନ୍ତି ଚର୍ଚ୍ଚାକୁ । ନିଜର ବୋଲ୍ଡ ଅନ୍ଦାଜ ସହ ଫିଟନେସ୍ ପାଇଁ ଅଧିକାଂଶ ସମୟ ସେ ରୁହନ୍ତି ଚର୍ଚ୍ଚାରେ । ନିକଟରେ ଦେଇଥିବା ଏକ ସାକ୍ଷାତ୍କାରେ ମଲାଇକା ଖୁବଶୀଘ୍ର ତାଙ୍କ ପ୍ରଶଂସକଙ୍କ ପାଇଁ କିଛି ନୂଆ ଆଣି ଆସିବା କଥା କହିଛନ୍ତି । ଅସଲ କଥା ହେଲା ମଲାଇକା ତାଙ୍କର କେତେଜଣ ବନ୍ଧୁଙ୍କ ସହ ମିଶି ନୂଆ କଣ୍ଟେଣ୍ଟ ପ୍ରଡ୍ୟୁସ କରିବାକୁ ଯାଉଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମଲାଇକା ଆରୋରା ଚର୍ଚ୍ଚା ସମୟରେ କହିଥିଲେ, ସବୁ ଆଗକୁ ବଢୁଛି ଏବେ ମୁଁ କିଛି ଶୋ’କୁ କୋପ୍ରଡ୍ୟୁସ କରିବାକୁ ଯାଉଛି । ଆଶା କରୁଛି ଏହାସବୁ ବିନା ବାଧାରେ ହୋଇଯିବ । ସିଜ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଥିବା ମଲାଇକା ଏବେ ଅଭିନେତ୍ରୀରୁ ପ୍ରଯୋଜିକା ହେବାକୁ ଯାଉଛନ୍ତି ।