ଆଜି ଦୀପାବଳି: ପ୍ରଶଂସକଙ୍କୁ ଏଭଳି କହି ଶୁଭେଚ୍ଛା ଜଣାଇଲେ ମଲାଇକା

ମୁମ୍ବାଇ,୧୪।୧୧-ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ବର୍ତ୍ତମାନ ମଲାଇକା ନିଜର ଏକ ନୂଆ ଭିଡିଓ ପୋଷ୍ଟ କରିଛନ୍ତି ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ନାଲି ରଙ୍ଗର ଲେହେଙ୍ଗା ପିନ୍ଧି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି। ଏହି ଭିଡିଓକୁ ଇନ୍‌ଷ୍ଟାଗ୍ରାମରେ ଶେୟାର କରି ମଲାଇକା ତାଙ୍କ ପ୍ରଶଂସକଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, ଧନତେରାସ ଏବଂ ଦୀପାବଳିର ଏହି ଶୁଭ ଅବସରରେ ଆପଣମାନଙ୍କ ଶୁଭ କାମନା କରୁଛି। ଆପଣ ସମସ୍ତଙ୍କ ଘରେ ଲକ୍ଷ୍ମୀଙ୍କ ବାସ ହେଉ ଏବଂ କରୋନାର ନାଶ ହେଉ। ମଲାଇକାଙ୍କ ଏହି ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି।

Share