ମାଲଦ୍ୱୀପରେ ଛୁଟି କାଟୁଛନ୍ତି ମଲାଇକା

ମୁମ୍ବାଇ: ବଲିଉଡ୍ ନାୟିକା ମଲାଇକା ଆରୋରା ଓ ନାୟକ ଅର୍ଜୁନ କପୁରଙ୍କ ଆଫେୟାର୍ସ ସବୁଠି ଚର୍ଚ୍ଚାର ବିଷୟ । ଆରମ୍ଭରୁ ହିଁ ଏମାନଙ୍କ ରିଲେସନଶିପକୁ ନେଇ ଚର୍ଚ୍ଚା ହୋଇ ଆସୁଛି । ଏମିତି ଅନେକ ସମୟରେ ଏମାନଙ୍କ ଲଭଷ୍ଟୋରୀ ହିଁ ସବୁଠାରୁ ଆଗରେ ଥାଏ । ଆଉ ଏହି ଯୋଡିଙ୍କ ପ୍ରଶଂସକ ଏଥିରୁ ଖୁବ୍ ମଜା ଉଠାଇଥାଆନ୍ତି । ମଝିରେ ଶୁଣିବାକୁ ମିଳିଥିଲା କି ଏମାନଙ୍କ ମଧ୍ୟରେ ବ୍ରେକ୍‌ଅପ୍ ହୋଇଯାଇଛି । ହେଲେ ଏବେ ସେମିତି କିଛି ଲକ୍ଷ୍ୟ କରାଯାଉନାହିଁ । ଆଉ ଏହାର ଉତ୍ତର ଭିନ୍ନ ଢଙ୍ଗରେ ଦେଇଛନ୍ତି ଏହି ପ୍ରେମପକ୍ଷୀ । ଏହି ଲଭବାର୍ଡ ଏବେ ମାଲଦ୍ୱୀପରେ ଛୁଟି କାଟୁଛନ୍ତି । ତା’ସହ ଖୁବ୍ ରୋମାଣ୍ଟିକ ମୁଡରେ ବି ଅଛନ୍ତି ମଲାଇକା ଓ ଅର୍ଜୁନ । ନିକିଟରେ ମାଲଦ୍ୱୀପରେ ଛୁଟି କାଟୁଥିବାର କିଛି ଫଟୋ ଏମାନେ ଇନଷ୍ଟାଗ୍ରାମରେ ଶେୟାର କରିବା ପରେ ସ୍ପଷ୍ଟ ହୋଇଛି କି ଏମାନଙ୍କ ମଧ୍ୟରେ ସବୁଠିକ୍ ଅଛି ଆଉ ଉଭୟ ଖୁସି ଅଛନ୍ତି । ସି ବିଚରେ ମଜା ନେଉଥିବା ମଲାଇକା ଏବେ ପୁଣିଥରେ ୟଙ୍ଗଷ୍ଟରଙ୍କ ମୁଣ୍ଡ ବିଗାଡିଛନ୍ତି । ତାଙ୍କର କିଛି ରୋମାଣ୍ଟିକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

Share