Advertisement

ପିତାଙ୍କ ଶେଷ ଦର୍ଶନ ପାଇଁ ପୁଣେରୁ ମୁମ୍ବାଇରେ ପହଞ୍ଚିଲେ ମଲାଇକା, ନଜର ଆସିଲେ ଏକ୍ସ-ହଜ୍‌ବ୍ୟାଣ୍ଡ, ଭାଇରାଲ ଭିଡିଓରେ…

ମୁମ୍ବାଇ,୧୧ା୯: ଅଭିନେତ୍ରୀ ମଲାଇକା ଆରୋରାଙ୍କ ପାଇଁ ଆଜି ଅର୍ଥାତ୍‌ ବୁଧବାର ହେଉଛି ସବୁଠୁ ଦୁଃଖର ଦିନ। ଆଜି ତାଙ୍କ ପିତା ଅନିଲ ଆରୋରା ସବୁଦିନ ପାଇଁ ଆଖି ବୁଜିଛନ୍ତି। ମୁମ୍ବାଇର ବାନ୍ଦ୍ରାସ୍ଥିତ ଘରର ତୃତୀୟ ମହଲାରୁ ଅନିଲ ଡେଇଁ ଆତ୍ମହତ୍ୟା କରିଥିବା କୁହାଯାଉଛି।

ତେବେ ପିତାଙ୍କ ମୃତ୍ୟୁ ଖବର ପାଇ ମଲାଇକା ପୁଣେରୁ ମୁମ୍ବାଇ ଘରେ ଆସି ପହଞ୍ଚିଛନ୍ତି। ଭଉଣୀ ଅମୃତା ଆରୋରା ମଧ୍ୟ ପିତାଙ୍କ ମୃତ୍ୟୁ ଖବର ଶୁଣି ମଲାଇକାଙ୍କ ଘରେ ପହଞ୍ଚିଛନ୍ତି। ଏହି ସମୟରେ ମଲାଇକାଙ୍କ ପୁଅ ଅରହାନ ଖାନ୍‌ ମଧ୍ୟ ଉପସ୍ଥିତ ଥିବା ନଜର ଆସିଛନ୍ତି। ମଲାଇକା ତାଙ୍କ ଗାଡ଼ିରୁ ଓହ୍ଲାଇ ଘର ଭିତରକୁ ଯିବା ସମୟରେ ଆଖିରେ ଆଖିଏ ଲୁହ ଆଉ ଛାତିରେ ଛାତିଏ କୋହ ନେଇ ପଶୁଥିବା ଦେଖିବାକୁ ମିଳିଥିଲା।

Malaika Arora Father Death: 11 साल की उम्र में पिता ने छोड़ा था साथ, मां ने रखा ख्याल - Malaika Arora Father Anil Arora Died By Suicide Actress Parents Separated When SheMalaika Arora Father Death: 11 साल की उम्र में पिता ने छोड़ा था साथ, मां ने रखा ख्याल - Malaika Arora Father Anil Arora Died By Suicide Actress Parents Separated When She

ମଲାଇକାଙ୍କ ସାବତ ପିତାଙ୍କ ମୃତ୍ୟୁ ଖବର ପାଇବା ମାତ୍ରେ ଅଭିନେତ୍ରୀଙ୍କ ଏକ୍ସ-ଶାଶୁଘର ଲୋକମାନେ ମଧ୍ୟ ତୁରନ୍ତ ଆସି ତାଙ୍କ ଘରେ ପହଞ୍ଚିଥିଲେ। କିମ୍ବଦନ୍ତୀ ଲେଖକ ସଲିମ ଖାନ୍‌ ତାଙ୍କ ପୁଅ ସୋହେଲ ଖାନ୍‌ ମଲାଇକାଙ୍କ ଘରେ ପହଞ୍ଚିଥିଲେ।

ମଲାଇକାଙ୍କ ଏକ୍ସ ହଜ୍‌ବ୍ୟାଣ୍ଡ ଅର୍‌ବାଜ୍‌ ଖାନ୍‌ ମଧ୍ୟ ତାଙ୍କ ଘରେ ପହଞ୍ଚିଛନ୍ତି। ଅର୍‌ବାଜ ମଲାଇକାଙ୍କ ଘର ବାହାରେ ପୋଲିସଙ୍କ ସହ କଥାବାର୍ତ୍ତା ହେଉଥିବା ଭିଡିଓ ଭାଇରାଲ ହେଉଛି।

Share