ବ୍ରେକ୍‌ଅପ୍‌ ଗୁଜବ ପରେ ପୁଣିଥରେ ଏମିତି ପୋଷ୍ଟ କଲେ ମଲାଇକା, ଫଟୋ ଦେଖିଲେ…

ବଲିଉଡ଼୍‌ ଅଭିନେତା ଅର୍ଜୁନ କପୁର ଏବଂ ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମଲାଇକା ଆରୋରାଙ୍କ ବ୍ରେକଅପ୍‌ ଖବର ଆସିବା ପରେ ସେମାନେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ଏହି ଖବର ପରେ ତାଙ୍କ ଅନେକ ପ୍ରଶଂସକଙ୍କ ମନ ଖରାପ ହୋଇଥିଲା। ମାତ୍ର ଇନଷ୍ଟାଗ୍ରାମରେ ଅର୍ଜୁନ ମଲାଇକାଙ୍କ ସହ ନିଜର ଏକ ଫଟୋ ଶେୟାର କରି ଏହି ସବୁ ଗୁଜବକୁ ସମ୍ପୂର୍ଣ୍ଣ ବନ୍ଦ କରିଥିଲେ। ଫଟୋରେ ଉଭୟ ଲଞ୍ଚ ପାଇଁ ବାହାରକୁ ଯାଉଥିବା ବେଳେ ଷ୍ଟାଇଲିସ ପୋଷାକରେ ନଜର ଆସିଥିଲେ।
କେତେକ ରିପୋର୍ଟରେ ଦାବି କରାଯାଇଥିଲା ଯେ ମଲାଇକା ଏବଂ ଅର୍ଜୁନଙ୍କ ବ୍ରେକ୍‌ଅପ୍‌ ହୋଇଛି । କିନ୍ତୁ ସେହି ଦିନ ଅର୍ଜୁନ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ସମସ୍ତ ଗୁଜବକୁ ଶେଷ କରିଥିଲେ। ସେ ଲୋକମାନଙ୍କୁ ଉପଯୁକ୍ତ ଉତ୍ତର ଦେଇଥିଲେ।
ବର୍ତ୍ତମାନ ମଲାଇକା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଉଭୟଙ୍କ ଫଟୋ ମଧ୍ୟ ଶେୟାର କରିଛନ୍ତି । କ୍ୟାପଶନ୍‌ରେ ସେ ଲେଖିଛନ୍ତି, ‘ପ୍ରକୃତରେ ଯଦି ତୁମକୁ ୪୦ ବର୍ଷ ବୟସରେ ପ୍ରେମ ମିଳୁଛି , ତେବେ ଏହି ଜିନିଷକୁ ସାଧାରଣ ଭାବ । ୩୦ ବର୍ଷ ବୟସରେ, ନୂତନ ସ୍ବପ୍ନ ଦେଖିବା ଏବଂ ନୂତନ ଜିନିଷକୁ ଚାହିଁ ମଧ୍ୟ ନୂଆ ନ ଭାବିବା। ତୁମେ ତୁମର ଜୀବନର ଉଦ୍ଦେଶ୍ୟ ୫୦ ବର୍ଷ ବୟସରେ ଖୋଜି ପାରିବ, ୨୫ ବର୍ଷ ବୟସରେ ଜୀବନ ସମାପ୍ତ ହୁଏ ନାହିଁ।ଏହିପରି ଅଭିନୟ ବନ୍ଦ କର ଏବଂ ଜୀବନରେ ତୁମର ଚିନ୍ତାଧାରାକୁ ପରିବର୍ତ୍ତନ କର’।


Enter your email to get our daily news in your inbox.

All Right Reserved By Dharitri.Com

ସିନେ ଜଗତର ପ୍ରଥମ ଅଭିନେତା ଭାବେ ଚିରଞ୍ଜୀବୀଙ୍କୁ ଗିନିଜ ୱାଲର୍‌ଡ ରେକର୍ଡ

ହାଇଦ୍ରାବାଦ,୨୨।୯: ତେଲୁଗୁ ଫିଲ୍ମ ଜଗତରେ ମେଗାଷ୍ଟାର ଭାବେ ଚିରଞ୍ଜୀବୀ ପରିଚିତ। ସିନେ ଜଗତର ପ୍ରଥମ ଅଭିନେତା ଭାବେ ସେ ନିଜର ନୃତ୍ୟ ଦକ୍ଷତା ପାଇଁ ଗିନିଜ...

ଏଥର ଦୁର୍ଗା ପୂଜାରେ ଦୁର୍ଗା

ଏଥର ଦୁର୍ଗା ପୂଜା ଅବସରରେ ରିଲିଜ ହେବାକୁ ଯାଉଥିବା ଫିଲ୍ମଗୁଡିକ ମଧ୍ୟରେ ରହିଛି ‘ଦୁର୍ଗା’। ଏକ ନାରୀକୈନ୍ଦ୍ରିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ ଏହି ଚଳଚ୍ଚିତ୍ରର ପ୍ରଯୋଜକ...

କିଛି ଜିନିଷ ସିକ୍ରେଟ୍‌ ରହିବା ଭଲ: ରିଷଭ ପନ୍ତଙ୍କ ସହ ଡେଟିଂଙ୍କୁ ନେଇ ମୁହଁ ଖୋଲିଲେ ଉର୍ବଶୀ

ବଲିଉଡ ଅଭିନେତ୍ରୀ ଉର୍ବଶୀ ରଉତେଲା ପ୍ରାୟତଃ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ସହ ଡେଟିଂ ବିଷୟରେ ଗୁଜବ ପ୍ରଚାର କରିଥା’ନ୍ତି। ସୋସିଆଲ ମିଡିଆରେ ବାରମ୍ବାର ଆଲୋଚନା...

ସଲମାନଙ୍କ ସୁରକ୍ଷାରେ ତ୍ରୁଟି, ଭାଇଜାନଙ୍କୁ ରାତି ଅଧରେ…

ମୁମ୍ବାଇ: ବଲିଉଡ ଭାଇଜାନ ସଲମାନ ଖାନଙ୍କ ସୁରକ୍ଷାରେ ପୁଣି ଥରେ ତ୍ରୁଟି ହୋଇଛି। ଜଣେ ଯୁବକ ତାଙ୍କ ବାଇକରେ କିଛି ସମୟ ପାଇଁ ସଲମାନ ଖାନଙ୍କ...

ଜଣେ ଏମିତି ସାଥୀ ଚାହୁଁଛି ଯିଏ ମୋତେ ପାଗଳ ଭଳି ଭଲପାଇବ…ଛାଡପତ୍ର ବିବାଦ ଭିତରେ ଏମିତି କହିଦେଲେ ଐଶ୍ୱର୍ଯ୍ୟା

ମୁମ୍ବାଇ: ଐଶ୍ୱର୍ଯ୍ୟା ରୟ ଓ ଅଭିଷେକ ବଚ୍ଚନଙ୍କ ବିବାହକୁ ୧୭ବର୍ଷ ପୁରିଛି। ସେ ୨୦୦୭ରେ ଅଭିଷେକଙ୍କୁ ବିବାହ କରିଥିଲେ। ବିବାହ ପରେ ଐଶ୍ୱ ଖୁବ କମ...

ଐଶ୍ୱର୍ଯ୍ୟାଙ୍କ କଷ୍ଟ ଦେଖି ୨ ଦିନ ପର୍ଯ୍ୟନ୍ତ ଶୋଇ ପାରି ନ ଥିଲେ ଅମିତାଭ

ମୁମ୍ବାଇ: ବଚ୍ଚନ ପରିବାରର ‘ବୋହୂ’ ଐଶ୍ୱର୍ଯ୍ୟା ରାୟଙ୍କର କୌଣସି ପରିଚୟର ଆବଶ୍ୟକତା ନାହିଁ। ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରି ନିଜ ପାଇଁ ଏକ ବିଶେଷ ପରିଚୟ ସୃଷ୍ଟି...

ଐଶ୍ୱର୍ଯ୍ୟା ଶ୍ରେଷ୍ଠ ଅଭିନେତ୍ରୀ

ଦୁବାଇ: ଦୁବାଇରେ ସୋମବାର ସାଉଥ୍‌ ଇଣ୍ଡିଆନ୍‌ ଇଣ୍ଟରନ୍ୟାଶନାଲ ମୁଭି ଆଓ୍ବାଡର୍‌ସ (ଏସ୍‌ଆଇଆଇଏମ୍‌ଏ) ୨୦୨୪ ଅନୁଷ୍ଠିତ ହୋଇଯାଇଛି। ମଣି ରତ୍ନମଙ୍କ ନିର୍ଦ୍ଦେଶିତ ତାମିଲ ଚଳଚ୍ଚିତ୍ର ‘ପୋନ୍ନିୟିନ୍‌ ସେଲଭନ: ପାର୍ଟ...

ଲୁଚିଛପି ବିବାହ କଲେ ଅଦିତି-ସିଦ୍ଧାର୍ଥ

ମୁମ୍ବାଇ: ଆଦିତ୍ୟ ରାଓ ହାଇଦରୀ ଏବଂ ସିଦ୍ଧାର୍ଥ ଲୁଚିଛପି ବିବାହ କରଛନ୍ତି। ଏହି ଦମ୍ପତି ବିବାହ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋଗୁଡ଼ିକରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri