ଅର୍ଜୁନଙ୍କ ସହ ସମ୍ପର୍କକୁ ନେଇ ଏମିତି କହିଲେ ମଲାଇକା, ଅଳ୍ପ ଦିନରେ କରିବେ କି ବିବାହ

ବଲିଉଡ୍‌ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅଭିନେତା ଅର୍ଜୁନ କପୁରଙ୍କ ସମ୍ପର୍କକୁ ନେଇ ପ୍ରାୟତଃ ଚର୍ଚ୍ଚା ହୋଇଥାଏ। ପ୍ରାୟ ୫ବର୍ଷ ଏହି ସମ୍ପର୍କକୁ ନେଇ ଉଭୟ ବେଶ ଖୁସିଥିବା ଜଣାପଡ଼େ। ପ୍ରଥମେ ପ୍ରଥମେ ଉଭୟ ସମ୍ପର୍କକୁ ନେଇ ଚୁପ୍‌ ରହୁଥିବା ବେଳେ ଏବେ ଉଭୟ ଏହାକୁ ନେଇ ମୁହଁ ଖୋଲୁଛନ୍ତି। ନିକଟରେ ଏକ ସାକ୍ଷାତକାରରେ ମଲାଇକା ଅର୍ଜୁନଙ୍କ ସହ ନିଜ ସମ୍ପର୍କ ବିଷୟରେ କହିଥିଲେ।
ଏକ ସାକ୍ଷାତକାରରେ ସେ ଅର୍ଜୁନଙ୍କୁ ନିଜ ପାଇଁ ସମ୍ପୂର୍ଣ୍ଣ ଭାବେ ପରଫେକ୍ଟ ବୋଲି କହିଥିଲେ । ଏହା ବ୍ୟତୀତ ସେ କହିଥିଲେ ଯେ, ଉଭୟ ଏହି ସମ୍ପର୍କକୁ ନେଇ ଅତ୍ୟନ୍ତ ଗମ୍ଭୀର ଏବଂ ଆଗାମୀ ଜୀବନକୁ ନେଇ ମଧ୍ୟ ଚିନ୍ତା କରନ୍ତି।
ମଲାଇକା କହିଥିଲେ, ମଲାଇକା ଅର୍ଜୁନଙ୍କୁ କୁହନ୍ତି ସେ ତାଙ୍କ ସହ ବୁଢୀ ହେବାକୁ ଚାହୁଁଛନ୍ତି । ସେ ଏବଂ ଅର୍ଜୁନ ଏହି ସମ୍ପର୍କକୁ ନେଇ ଖୁବ ଆଲୋଚନା କରନ୍ତି । ସେମାନେ ଭବିଷ୍ୟତକୁ ନେଇ ମଧ୍ୟ ଭାବନ୍ତି ।
ହୋଇପାରେ ଉଭୟ ବିବାହ ବିଷୟରେ ଭାବୁଛନ୍ତି, ଆଗାମୀ ଅଳ୍ପ ଦିନ ମଧ୍ୟରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇପାରନ୍ତି ।

Share