ମଲାଇକାଙ୍କୁ ଅନ୍‌ଫଲୋ କଲେ ଏକ୍ସ-ହଜ୍‌ବ୍ୟାଣ୍ଡ

ମୁମ୍ବାଇ: ଅରବାଜ ଖାନ୍‌ ଏବଂ ସୌରା ଖାନ୍‌ଙ୍କ ବିବାହ ୨୪ ଡିସେମ୍ବରରେ ହୋଇଥିଲା। ବିବାହ ପରେ ଏହି ଦମ୍ପତି ସେମାନଙ୍କର ନୂଆ ଇଂନିସ୍‌ ଆରମ୍ଭ କରିଛନ୍ତି। ଡିସେମ୍ବର ୩୦ରେ ଅରବାଜ ଏବଂ ସୌରା ମୁମ୍ବାଇ ବିମାନବନ୍ଦରରେ ନଜର ଆସିଥିଲେ। ବର୍ତ୍ତମାନ ଏହି ଦମ୍ପତିଙ୍କ ହନିମୁନ୍‌ର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ଫଟୋଗୁଡ଼ିକ ଶୌରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି।

ଏହି ସମୟରେ ଆଉ ଏକ ଖବର ଜାଣିବାକୁ ମିଳିଛି। ବୁଧବାର ଅରବାଜ ଇନ୍‌ଷ୍ଟାଗ୍ରାମରୁ ପୂର୍ବତନ ସ୍ତ୍ରୀ ମଲାଇକା ଆରୋରାଙ୍କୁ ଅନ୍‌ଫଲୋ କରିଛନ୍ତି। କହିରଖୁଛୁ ଛାଡ଼ପତ୍ର ପରେ ମଧ୍ୟ ଦୁହେଁ ବନ୍ଧୁତା ବଜାୟ ରଖିଥିଲେ। ଉଭୟଙ୍କୁ ବିମାନବନ୍ଦରରେ ଅନେକ ଥର ଦେଖିବାକୁ ମିଳିଥିଲା। କିନ୍ତୁ ବିବାହ ପରେ ଅରବାଜ ମଲାଇକାଙ୍କୁ ଅନ୍‌ଫଲୋ କରିବା ନେଇ ଅନେକ ଚର୍ଚ୍ଚା ହେଉଛି।

Share