ପ୍ରେମିକ ଅର୍ଜୁନଙ୍କୁ ଜନ୍ମଦିନରେ ଏପରି ଶୁଭେଚ୍ଛା ଜଣାଇଲେ ମଲାଇକା

ବମ୍ବେ: ଆଜି ବଲିଉଡ୍‌ ଅଭିନେତା ଅର୍ଜୁନ କପୁରଙ୍କ ଜନ୍ମଦିନ। ଏହାକୁ ନେଇ ତାଙ୍କ ପରିବାରଲୋକଙ୍କଠାରୁ ପ୍ରଶଂସକଙ୍କ ପର୍ଯ୍ୟନ୍ତ ଶୁଭେଚ୍ଛାର ସୁଅ ଛୁଟୁଛି। ହେଲେ ସବୁଠାରୁ ଖାସ୍‌ ବାର୍ତ୍ତାଟି ତାଙ୍କୁ ମିଳିଛି ପ୍ରେମିକା ତଥା ଅଭିନେତ୍ରୀ ମଲାଇକା ଅରୋରାଙ୍କଠାରୁ।

ମଲାଇକା ନିଜର ଇନ୍‌ଷ୍ଟାପୃଷ୍ଠାରେ ‘ହାପି ବର୍ଥ ଡେ ମାଇଁ ସନ୍‌ସାଇନ୍‌’ ବୋଲି ଲେଖିଛନ୍ତି। ଏହାଛଡ଼ା ଅନ୍ୟ ଏକ ଫଟୋରେ ଅର୍ଜୁନଙ୍କ ସହ ସେ ଏବଂ ଜଣେ ବନ୍ଧୁ ଥିବା ଦେଖାଯାଉଛି। ଫଟୋରେ ମଲାଇକା ଉଭୟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

କହିରଖୁଛୁ, ଗତ ବର୍ଷ ଅର୍ଜୁନ-ମଲାଇକା ନିଜର ସମ୍ପର୍କକୁ ନେଇ ମୁଁହ ଖୋଲିଥିଲେ। ଉଭୟ ପ୍ରେମରେ ଥିବା ସ୍ପଷ୍ଟ ହୋଇଥିଲା। ଏବେ ପ୍ରଶଂସକ ଉଭୟଙ୍କ ବିବାହକୁ ଅପେକ୍ଷା କରିଛନ୍ତି।

Share