ମଲାଇକାଙ୍କ ପ୍ରେରଣା ଅର୍ଜୁନ

ମୁମ୍ବାଇ: ବି’ ଟାଉନ୍‌ରେ ଫିଟ୍‌ନେଶ୍‌ କଥା ଉଠିଲେ ଆଖି ଆଗକୁ ଚାଲିଆସନ୍ତି ମଲାଇକା ଅରୋରା। ୪୮ ବର୍ଷୀୟା ମଲାଇକା ନିଜ ଫିଟ୍‌ନେଶ୍‌ ଓ ଜିରୋ ଫିଗର୍‌ ପାଇଁ ଜଣାଯାଉଥିବାବେଳେ ଏଥିଲାଗି ସେ ତାଙ୍କର ସବୁ ଶ୍ରେୟ ବୟଫ୍ରେଣ୍ଡ ଅର୍ଜୁନଙ୍କୁ ଦେଇଛନ୍ତି। ମଲାଇକା ଇନଷ୍ଟାଗ୍ରାମରେ ଅର୍ଜୁନଙ୍କ ଏକ ଫଟୋ ଶେୟାର କରି ‘ୟୁ ଆର୍‌ ମାଇଁ ଇନ୍‌ସ୍ପିରେଶନ୍‌’ କ୍ୟାପ୍ସନ ଲେଖିଛନ୍ତି। ପ୍ରକୃତ କଥାଟି ହେଲା, ଜିମ୍‌ରେ ଓ୍ବାର୍କଆଉଟ୍‌ କରୁଥିବାର ଏକ ଫଟୋ ଅର୍ଜୁନ କପୁର ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ। ଫଟୋ ଶେୟାର ହେବାର କିଛି ସମୟ ପରେ ମଲାଇକା ‘ତୁମେ ମୋ ପ୍ରେରଣା’ ଲେଖି ସେହି ଫଟୋକୁ ସୋସିଆଲ ମିଡିଆରେ ରିଶେୟାର କରିଥିଲେ। ଅର୍ଜୁନ କପୁର ଓ ମଲାଇକା ଅରୋରା ଏବେ ରିଲେଶନ୍‌ଶିପ୍‌ରେ ଅଛନ୍ତି। କିନ୍ତୁ ଏହି କଥାକୁ ସେମାନେ କେବେ ସର୍ବସମ୍ମୁଖରେ ସ୍ବୀକାର କରି ନାହାନ୍ତି। ଦୁହେଁ ପରସ୍ପରକୁ ଡେଟ୍‌ କରିବା ସହ ଅନେକ ସମୟରେ ଏକାଠି ହଲିଡେ ପାଳିବା ପାଇଁ ବିଦେଶ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ ସୋସିଆଲ ମିଡିଆରେ ଦୁହେଁ ପରସ୍ପରର ଫଟୋକୁ ଶେୟାର ସାଙ୍ଗକୁ ଦୁହେଁ ଦୁହିଁଙ୍କୁ ପ୍ରଶଂସା କରିବାର କୌଣସି ମଉକା ହାତଛଡ଼ା କରୁ ନାହାନ୍ତି। ମଲାଇକାଙ୍କ ସହ ସମ୍ପର୍କକୁ ନେଇ ଅର୍ଜୁନଙ୍କ ବାପା ବୋନି କପୁର ଅସୁଖି ଥିବାବେଳେ ଏ ନେଇ କପୁର ପରିବାରରେ କଳିଗୋଳ ଚାଲିଥିବା ଚର୍ଚ୍ଚା ମଧ୍ୟ ହେଉଛି।

Share