ଅଭିନେତ୍ରୀ ହେଲେ ମଲାଲା!

ମୁମ୍ବାଇ,୧।୬: ‘ନୋବେଲ ଶାନ୍ତି ପୁରସ୍କାର’ ଜିତିଥିବା ମଲାଲା ୟୁସୁଫଜାଇ ଅଭିନୟରେ ଡେବ୍ୟୁ କରିଛନ୍ତି। ସେ ବ୍ରିଟିଶ ସିଟକମ ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନରେ ଅଭିନୟ କରୁଛନ୍ତି । ସେ ଏଥିରେ ଏକ କ୍ୟାମୋ କରିଛନ୍ତି, ଟିଭି ଶୋ’ରୁ ତାଙ୍କର ଲୁକ ଏବଂ ଭିଡିଓ ଦ୍ରୁତ ଗତିରେ ଇଣ୍ଟରନେଟରେ ଭାଇରାଲ ହେଉଛି। ଏହି ଫଟୋରେ ପାକିସ୍ତାନୀ ଆକ୍ଟିଭିଷ୍ଟ ମଲାଲା କାଓବୟେ ଟୋପି ପିନ୍ଧି ଘୋଡା ଉପରେ ଚଢିଥିବାର ଦେଖାଯାଇଛି। ମଲାଲା ‘ଓ୍ବି ଆର ଲେଡି ପାର୍ଟସ ସିଜମ ୨ର ଏପିସୋଡ ‘ମଲାଲା ମେଡ ମି ଡୁ ଇଟ’ ଅଞ୍ଜନା ୱାସନ, ସାରା କାମିଲା ଇମ୍ପେ, ଜୁଲିଏଟ ମୋଟାମେଡ, ଲୁସି ଶର୍ଟହାଉସ ଏବଂ ଫେଥ ଓମୋଲେଙ୍କ ସହ ନଜର ଆସିଛନ୍ତି।
‘ଓ୍ବି ଆର ଲେଡି ପାର୍ଟସ ସିଜନ ୨’ର ଦ୍ୱିତୀୟ ପର୍ଯ୍ୟାୟରେ ଟାଇଟଲ ଗୀତକୁ ଦେଶୀ ଶୈଳୀରେ ମଧ୍ୟ ଦେଖିବାକୁ ମିଳିଥିଲା। ‘ଓ୍ବି ଆର ଲେଡି ପାର୍ଟସ’ର ଦ୍ୱିତୀୟ ସିଜନ ମେ ୩୦ ରେ ପ୍ରିମିୟର୍‌ ହୋଇଥିଲା। ଶୋ’ରନର୍‌ ନିଦା ମଞ୍ଜୁରଙ୍କ ସହ ନ୍ୟୁୟର୍କ ଟାଇମ୍ସର ଏକ ସାକ୍ଷାତକାରରେ ନିର୍ଦ୍ଦେଶକ ପ୍ରକାଶ କରିଛନ୍ତି ଯେ ମଲାଲାଙ୍କୁ ଏକ ଚିଠି ମାଧ୍ୟମରେ ସୋ’ରେ ଯୋଗଦେବାକୁ ନିମନ୍ତ୍ରଣ କରାଯାଇଛି।
ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜାଇ ଏକ ସାକ୍ଷାତକାରରେ କହିଛନ୍ତି, ମୁଁ ଭାବୁଥିଲି,‘ ଏହା କିପରି ଦେଖାଯିବ? ମୋର ସଂଳାପ ଅଛି କି? ମୋତେ କେତେଥର ଏହା କରିବାକୁ ପଡିବ? ଏହା କେତେ ସମୟ ଲାଗିବ? ଶୁଟିଂ ଦିନ ଯେତେବେଳେ ମୁଁ ସେଟ ଦେଖିଲି, ଏହା ମୋର କଳ୍ପନା ବାହାରେ ଥିଲା, ଏବଂ ମଜାଳିଆ କଥା ହେଲା ମୋତେ କୌଣସି ଧାଡି କହିବାକୁ ପଡିଲା ନାହିଁ, ତେଣୁ ଜିନିଷଗୁଡ଼ିକ ଅତି ସହଜ ହୋଇଗଲା।

Share