ଓ୍ବାଶିଂଟନ, ୧୯।୧୦: ଗାଜାର ଅଲ୍-ଅହଲି ହସ୍ପିଟାଲରେ ଆକ୍ରମଣକୁ ନେଇ ଅଭିଯୋଗ, ପ୍ରତିଅଭିଯୋଗ ଲାଗିରହିଥିବାବେଳେ ଏହା ଭୟାବହ ଘଟଣା ବୋଲି ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ମାଲାଲା ୟୁସୁଫ୍ଜାଇ କହିବା ସହ ଏହାର ଦୃଢ଼ ନିନ୍ଦା କରିଛନ୍ତି। ଗାଜାକୁ ମାନବୀୟ ସହାୟତା ଯୋଗାଇଦେବା ସହ ଯୁଦ୍ଧବିରତି ଲାଗି ସେ ଇସ୍ରାଏଲ୍କୁ ନିବେଦନ କରିଛନ୍ତି। ଆକ୍ରମଣର ସମ୍ମୁଖୀନ ହୋଇଥିବା ପାଲେଷ୍ଟିନୀୟଙ୍କ ସହାୟତା ପାଇଁ ମାଲାଲା ୩ଟି ଦାତବ୍ୟ ଅନୁଷ୍ଠାନକୁ ୨.୫ କୋଟି ଟଙ୍କା (୩ ଲକ୍ଷ ଡଲାର) ପ୍ରଦାନ କରିଛନ୍ତି। ସାମୂହିକ ଦଣ୍ଡ ଆକ୍ରମଣର ଉତ୍ତର ନୁହେଁ। ଗାଜା ଜନସଂଖ୍ୟାର ୫୦ ପ୍ରତିଶତଙ୍କ ବୟସ ୧୮ ବର୍ଷରୁ କମ୍। ସେମାନଙ୍କୁ ଅବଶିଷ୍ଟ ଜୀବନ ପାଇଁ ବିସ୍ଫୋରଣ ଓ ଅନ୍ୟାୟପୂର୍ଣ୍ଣ ଦଖଲ ମଧ୍ୟରେ ଛାଡ଼ିଦିଆଯିବା ଉଚିତ ନୁହେଁ ବୋଲି ମାଲାଲା କହିଛନ୍ତି।