ଚିନ୍ତାରେ ମଲାଲା

ଲଣ୍ଡନ,୧୬।୮: ଆଫଗାନିସ୍ତାନର ପରିସ୍ଥିତିକୁ ନେଇ ପାକିସ୍ତାନର ନୋବେଲ ବିଜେତା ମଲାଲା ୟୁସୁଫଜାଇ ଚିନ୍ତା ପ୍ରକଟ କରିଛନ୍ତି। ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ଏକ ଝଟକା। ମହିଳା, ସଂଖ୍ୟାଲଘୁ ଏବଂ ମାନବାଧିକାର କର୍ମୀଙ୍କ ଅବସ୍ଥାକୁ ନେଇ ସେ ଗଭୀର ଚିନ୍ତିତ ଥିବା ନେଇ ସେ କହିଛନ୍ତି। ତାଲିବାନ ଆଫଗାନିସ୍ତାନର ବଡ଼ ଅଂଶ ଦଖଲ କରିବା ପରେ ଏହା ମାଲ୍ୟାଙ୍କ ପ୍ରଥମ ବିବୃତ୍ତି ଥିଲା।
ମଲାଲା ଟୁଇଟ କରି କହିଛନ୍ତି, ଆଫଗାନିସ୍ତାନକୁ ତାଲିବାନ ଦଖଲ କରିଥିବାର ଦେଖି ଆମେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛୁ। ମୁଁ ସେଠାରେ ଥିବା ମହିଳା, ସଂଖ୍ୟାଲଘୁ ଏବଂ ମାନବାଧିକାର କର୍ମୀଙ୍କୁ ଗଭୀର ଭାବରେ ଚିନ୍ତିତ। ବିଶ୍ୱ, ଆଞ୍ଚଳିକ ଏବଂ ସ୍ଥାନୀୟ ନେତାମାନେ ତୁରନ୍ତ ଲୋକଙ୍କୁ ସହାୟତା ଯୋଗାଇ ଦେବା ସହ ଶରଣାର୍ଥୀ ଏବଂ ସାଧାରଣ ନାଗରିକଙ୍କୁ ସୁରକ୍ଷା ଦେବା ଆବଶ୍ୟକ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ,ମଲାଲା ୟୁସୁଫଜାଇ ମଧ୍ୟ ତାଲିବାନ ଟାର୍ଗେଟ ଆସିଥିଲେ। ଏହି କାରଣରୁ ମଲାଲାଙ୍କୁ ପାକିସ୍ତାନ ଛାଡିବାକୁ ପଡିଥିଲା। କେବଳ ମାଲାଲା ନୁହେଁ, ଆଫଗାନିସ୍ତାନର ପରିସ୍ଥିତି ଦେଖି ବିଶ୍ୱର ଅନେକ ଲୋକ ଚିନ୍ତାରେ ଅଛନ୍ତି।

Share