ବନ୍ୟା ପରେ ବଢୁଛି ମ୍ୟାଲେରିଆ, ଡେଙ୍ଗୁ

ଇସଲାମାବାଦ,୯ା୧୦: ବନ୍ୟା ଏବଂ ଅର୍ଥନୈତିକ ସଙ୍କଟର ସମ୍ମୁଖୀନ ହେଉଥିବା ପାକିସ୍ତାନରେ ବର୍ତ୍ତମାନ ବିଭିନ୍ନ ରୋଗ ବ୍ୟାପିବାରେ ଲାଗିଛି। ଜାନୁୟାରୀ ୨୦୨୩ ସୁଦ୍ଧା ୩୨ଟି ଜିଲାର ପାକିସ୍ତାନରେ ୨.୭ ନିୟୁତ ମ୍ୟାଲେରିଆ ରୋଗ ସମ୍ପର୍କରେ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ଚେତାବନୀ ଦେଇଛି। ଡବ୍ଲୁଏଚ୍‌ଓ କହିଛି, ହଇଜା, ମିଳିମିଳା ଏବଂ ଡେଙ୍ଗୁ ରୋଗ ବ୍ୟାପିବାର ସମ୍ଭାବନା ରହିଛି।

ଡକ୍ଟର ପଲିତା ମହିପାଲ କହିଛନ୍ତି, ମ୍ୟାଲେରିଆ ଯୋଗୁ ସିନ୍ଧ ଏବଂ ବାଲୁଚିସ୍ତାନର ୩୨ଟି ଜିଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରୁ ପ୍ରତିଦିନ ହଜାର ହଜାର ମାମଲା ଆସୁଛି। ଜାନୁୟାରୀ ୨୦୨୩ ସୁଦ୍ଧା ପ୍ରାୟ ୨୭ ଲକ୍ଷ ମ୍ୟାଲେରିଆ ମାମଲା ରିପୋର୍ଟ ହେବ।

ସେ କହିଛନ୍ତି, ଡବ୍ଲୁଏଚ୍‌ଓର ମହାନିର୍ଦ୍ଦେଶକ ପୂର୍ବରୁ ଚେତାବନୀ ଦେଇଥଲେ ଯେ, ପାକିସ୍ତାନର ବନ୍ୟା ପ୍ରଭାବିତ ଅଞ୍ଚଳରେ ଜଳବାହକ ରୋଗ ଦେଖାଦେବ। ତୁରନ୍ତ ଚିକିତ୍ସା କରା ନ ଗଲେ ପରିସ୍ଥିତି ଭୟଙ୍କର ହୋଇପାରେ ବୋଲି ଇସଲାମାବାଦରେ ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ ସେ ପ୍ରକାଶ କରିଛନ୍ତି।

Share