Categories: ଜାତୀୟ

କରୋନାର ତୃତୀୟ ଲହର ପୂର୍ବରୁ ଚିନ୍ତା ବଢାଇଲାଣି ନିପା ଭାଇରସ, ଡେଙ୍ଗୁ , ମ୍ୟାଲେରିଆ

ନୂଆଦିଲ୍ଲୀ,୧୩ ।୯: କରୋନାର ତୃତୀୟ ଲହରକୁ ନେଇ ଚିନ୍ତା ବଢୁଥିବା ବେଳେ ଏପଟେ କିନ୍ତୁ ଡରାଇଲାଣି ଡେଙ୍ଗୁ, ନିପା ଓ ମ୍ୟାଲେରିଆ । କରୋନା ଟିକାକରଣକୁ ବଢାଇ ଦିଆଯାଇଛି । ହେଲେ ଡେଙ୍ଗୁ, ନିପା ଓ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ଏତେ ପରିମାଣରେ ବୃଦ୍ଧି ପାଇଛି ଯେ କେରଳଠାରୁ ଉତ୍ତର ପ୍ରଦେଶ ପର୍ଯ୍ୟନ୍ତ ଏବେ ହସ୍ପିଟାଲରେ ସ୍ଥାନର ଅଭାବ ଦେଖାଗଲାଣି । କେରଳରେ ନିପା ଭାଇରସ ଲୋକଙ୍କ ଚିନ୍ତାକୁ ବଢାଇଥିବା ବେଳେ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ରରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବେଳକୁ ବେଳ ବଢିବାରେ ଲାଗିଛି । ଏପଟେ ବିହାରରେ ମ୍ୟାଲେରିଆ ରୋଗୀଙ୍କ ସଂଖ୍ୟା ବି ବଢିବାରେ ଲାଗିଛି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିୟା କହିଛନ୍ତି ଏବେ ବିଶେଷ ଭାବେ ଭାଇରାଲ ଫିବର ଦେଖାଯାଇଛି । ଫଳରେ ହସ୍ପିଟାଲରେ ବେଡ ଅଭାବ ଦେଖାଯାଉଛି । ବିଶେଷ କରି ଛୋଟପିଲାଙ୍କ ନିକଟରେ ଇନଫ୍ଲୁୁଏନଞ୍ଜା ସଂକ୍ରମଣ ଦେଖିବାକୁ ମିଳୁଛି । ସ୍କ୍ରବ ଟାଇପ୍ସ ଓ ଲେପ୍‌ଟୋସ୍ପିରୋସିସ୍ ଭଳି ଜୀବାଣୁ ସଂକ୍ରମଣ(ବ୍ୟାକ୍ଟେରିୟଲ ଇନଫେକ୍ସନ) ରୋଗ ପ୍ରତିରୋଧକ ଶକ୍ତି କମ୍ ଥିବା ଶିଶୁମାନଙ୍କ ପାଇଁ କ୍ଷତିକାରକ ବୋଲି ଗୁଲେରିୟା କହିଛନ୍ତି ।

Share