ବିମାନ ଦୁର୍ଘଟଣାରେ ମାଲାଓ୍ବିର ଉପରାଷ୍ଟ୍ରପତିଙ୍କ ସମେତ ୯ ଜଣଙ୍କ ମୃତ୍ୟୁ

ଲିଲୋଙ୍ଗଓ୍ବେ (ମାଲାଓ୍ବି),୧୧ା୬ : ବିମାନ ଦୁର୍ଘଟଣାରେ ମାଲାଓ୍ବି ଉପରାଷ୍ଟ୍ରପତି ସୌଲୋସ୍‌ ଚିଲିମାଙ୍କ ସମେତ ୯ ଜଣଙ୍କ ମୃତ୍ୟୁ ଘଟିଛି। ମାଲାଓ୍ବିର ଉପରାଷ୍ଟ୍ରପତି ସୌଲୋସ୍‌ଙ୍କୁ ନେଇ ଯାଉଥିବା ଏକ ସାମରିକ ବିମାନ ନିଖୋଜ ହୋଇଯାଇଥିଲା। ସୋମବାର ଏହା ଅବତରଣ କରିବାର ଥିଲା। ତେବେ ରାଡାର ପରଦାରେ ଦୃଶ୍ୟ ହୋଇ ନ ଥିଲା। ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସମସ୍ତ ଉଦ୍ୟମ ସତ୍ତ୍ୱେ ବିମାନ ସହ କୌଣସି ଯୋଗାଯୋଗ ହୋଇପାରି ନାହିଁ। ଏନେଇ ତୁରନ୍ତ ତଲାସି ଓ ଉଦ୍ଧାର କାର୍ଯ୍ୟ ଲାଗି ରାଷ୍ଟ୍ରପତି ଲାଜାରୁସ୍‌ ଚାକ୍ୱେରା ନିର୍ଦ୍ଦେଶ ଦେଇଥିଲେ।

ଏକ ଦିନରୁ ଅଧିକ ସମୟ ଧରି ଖୋଜାଖୋଜି ପରେ ଉପରାଷ୍ଟ୍ରପତି ସୌଲୋସ୍‌ଙ୍କୁ ନେଇ ଯାଉଥିବା ସାମରିକ ବିମାନର ଧ୍ୱଂସାବଶେଷ ଦେଶର ଉତ୍ତରରେ ଥିବା ଏକ ପାର୍ବତ୍ୟ ଅଞ୍ଚଳରୁ ଠାବ ହୋଇଛି। ଦୁର୍ଘଟଣାରେ ଉପରାଷ୍ଟ୍ରପତି ସୌଲୋସ୍‌ଙ୍କ ସହ ୯ଜଣଙ୍କ ମୃତ୍ୟୁ ଘଟିଥିବା ରାଷ୍ଟ୍ରପତି ଲାଜାରୁସ୍‌ କହିଛନ୍ତି।

Share