ଆତ୍ମହତ୍ୟା କଲେ ଅଭିନେତ୍ରୀ

ମାଲାୟାଲମ ଅଭିନେତ୍ରୀ ରେଞ୍ଜୁଶା ମେନନ ଆତ୍ମହତ୍ୟା କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଥିବା ତାଙ୍କ ଫ୍ଲାଟରେ ସେ ଫାଶୀ ଲଗାଇଥିବା ଜଣାପଡିଛି। ତାଙ୍କୁ ମାତ୍ର ୩୫ ବର୍ଷ ହୋଇଥିଲା। ରେଞ୍ଜୁଶା ସ୍ବାମୀ ମନୋଜଙ୍କ ସହ ସେହି ଫ୍ଲାଟରେ ରହୁଥିଲେ। ମନୋଜ ମଧ୍ୟ ଜଣେ ଅଭିନେତା। ଆର୍ଥିକ ଚାପ ଯୋଗୁ ସେ ଆତ୍ମହତ୍ୟା କରିଥିବା କୁହାଯାଉଛି। ପୋଲିସ ରେଞ୍ଜୁଶାଙ୍କ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପୋଷ୍ଟମର୍ଟମ ରିପୋର୍ଟରୁ ହିଁ ପ୍ରକୃତ ତଥ୍ୟ ପଦାକୁ ଆସିବ।
ରେଞ୍ଜୁଶା ନିଜ କ୍ୟାରିୟର୍‌ ଜଣେ ଟିଭି ଆଙ୍କର ଭାବେ ଆରମ୍ଭ କରିଥିଲେ। ଏହାପରେ ସେ ଟିଭି ସିରିଏଲ ଏବଂ ଅନେକ ଫିଲ୍ମରେ ନଜର ଆସିଥିଲେ।

 

Share