ଏହି ଅଭିନେତାଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ

ମାଲାୟାଲମ ଅଭିନେତା ତଥା ପ୍ରଯୋଜକ ବିଜୟ ବାବୁଙ୍କ ବିରୋଧରେ ଯୌନ ନିର୍ଯାତନା ମାମଲା ରୁଜୁ କରିଛି କେରଳ ପୋଲିସ। ଜଣେ ମହିଳାଙ୍କ ଅଭିଯୋଗ କ୍ରମେ ଏର୍ଣ୍ଣାକକୁଲମ ସାଉଥ ପୋଲିସ ବିଜୟ ବାବୁଙ୍କ ବିରୋଧରେ ମାମଲା ରୁଜୁ କରିଛି। ଗତ ଏପ୍ରିଲ ୨୨ରେ ଅଭିନେତାଙ୍କ ବରୋଧରେ ଅଭିଯୋଗ ଆସିଥିଲା।
ଅଭିଯୋଗକାରୀ କହିବା ଅନୁଯାୟୀ, ଅଭିନେତା ତାଙ୍କୁ କୋଚିର ଏକ ଫ୍ଲାଟରେ ଯୌନ ନିର୍ଯାତନା ଦେଇଛନ୍ତି। ଥରେ ନୁହେଁ ବିଜୟ ବାବୁ ତାଙ୍କ ସହ ବାରମ୍ବାର ଖରାପ କାମ କରିଛନ୍ତି ବୋଲି ସେ କହିଛନ୍ତି। ହେଲେ ପୋଲିସ ଏଯାଏ ଅଭିନେତାଙ୍କୁ ପଚରାଉଚରା କରି ନାହିଁ କି ତାଙ୍କୁ ଗିରଫ କରି ନାହିଁ।

ମାଲାୟାଲମ ସିନେମା ଜଗତରେ ବେଶ୍‌ ଜଣାଣୁଣା ଅଭିନେତା ବିଜୟ ବାବୁ। ଅଭିନୟ ପାଇଁ ସେ ବହୁ ପୁରସ୍କାର ଓ ସମ୍ମାନ ପାଇଛନ୍ତି। ଶିଶୁ ଚଳଚ୍ଚିତ୍ର ଭାବେ ତାଙ୍କ ଦ୍ୱାରା ର୍ନିମିତ ଫିଲିପ ଏବଂ ଦି ମଙ୍କି ଶ୍ରେଷ୍ଠ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଛି।

Share