Categories: ଖେଳ

କୋହଲିଙ୍କୁ ବିଶେଷ ଡିମାଣ୍ଡ କଲେ ଅଭିନେତ୍ରୀ, କ’ଣ ଏହାକୁ ପୂରା କରିପାରିବେ ବିରାଟ?

ନୂଆଦିଲ୍ଲୀ,୧।୩: ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ରର ସୁପର ଷ୍ଟାର ବର୍ଷା ବୋଲମ୍ମା କ୍ରିକେଟକୁ ବହୁତ ଭଲ ପାଆନ୍ତି । ବିଶେଷକରି ତାଙ୍କୁ ଆଇପିଏଲରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମ୍ୟାଚରେ ପ୍ରାୟତଃ ଦେଖିବାକୁ ମିଳେ। ତେବେ ଆଇପିଏଲ ୨୦୨୪ ସିଜିନ ଆରମ୍ଭ ପୂର୍ବରୁ ବର୍ଷା କୋହଲିଙ୍କୁ ଏକ ବିଶେଷ ଦାବି କରିଛନ୍ତି। ସାକ୍ଷାତକାରରେ ବର୍ଷା କହିଛନ୍ତି ଯେ ମୋର କେବଳ ଗୋଟିଏ ସ୍ବପ୍ନ ଅଛି ଯେ ବିରାଟ କୋହଲି ଅନ୍ତତଃ ଗୋଟିଏ ଥର ଆଇପିଏଲ ଟ୍ରଫି ଧରିବା ଉଚିତ୍‌।

ଏହି ସାକ୍ଷାତକାରରେ ବର୍ଷା ଆହୁରି କହିଛନ୍ତି ଯେ, ମୁଁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପାଇଁ କ୍ରିକେଟ ଦେଖିବା ଆରମ୍ଭ କରିଥିଲି। ଅନ୍ତତଃ ଗୋଟିଏ ବିରାଟ କୋହଲିଙ୍କ ହାତରେ ଆଇପିଏଲ ଟ୍ରଫି ଦେଖିବାକୁ ଚାହୁଁଛି। ତେବେ ସୋସିଆଲ ମିଡିଆରେ ବର୍ଷାଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି। ଏହା ବ୍ୟତୀତ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ବାରମ୍ବାର ମନ୍ତବ୍ୟ ଦେଇ ବର୍ଷା ଏବଂ କୋହଲିଙ୍କ ଉପରେ ନିଜର ମତାମତ ଦେଉଛନ୍ତି।

 

Share