ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କ ପରଲୋକ

ମୁମ୍ବାଇ: ପ୍ରସିଦ୍ଧ ମାଲୟାଲମ ନିର୍ଦ୍ଦେଶକ ଆଦିତ୍ୟନଙ୍କର ୪୭ ବର୍ଷ ବୟସରେ ହୃଦଘାତରେ ପରଲୋକ ହୋଇଛି। ମିଳିଥିବା ଖବର ଅନୁଯାୟୀ, ଗୁରୁବାର ସକାଳେ ଆଦିତ୍ୟନଙ୍କର ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଥିରୁଭାନନ୍ତପୁରମର ଏକ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ହସ୍ପିଟାଲରେ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇସାରିଥିଲା।

୪୭ ବର୍ଷ ବୟସରେ ଆଦିତ୍ୟନଙ୍କ ଅକାଳ ବିୟୋଗ ମନୋରଞ୍ଜନ ଶିଳ୍ପକୁ ଚକିତ କରିଦେଇଛି। ଜେନେରାଲ ହସ୍ପିଟାଲରେ ପୋଷ୍ଟମର୍ଟମ ପରେ ଆଦିତ୍ୟନଙ୍କ ମୃତଦେହ ଥିରୁଭାନନ୍ତପୁରମର ଭରତ ଭବନରେ ରଖାଯିବ ଏବଂ ପରେ ଶେଷ ରୀତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ କରାଯିବ। ଏହି ଟେଲିଭିଜନ ନିର୍ଦ୍ଦେଶକଙ୍କ ଦେହାନ୍ତରେ ମାଲାୟାଲମ ଇଣ୍ଡଷ୍ଟ୍ରି ଚକିତ ହୋଇଯିବା ସହ ଶୋକ ପ୍ରକାଶ କରିଛି।
ମାଲାୟାଲମ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଆଦିତ୍ୟ ଜଣେ ଲୋକପ୍ରିୟ ନିର୍ଦ୍ଦେଶକ ଥିଲେ। ହିଟ ମେକର୍‌ ‘ଆମ୍ମା’, ‘ଭେନାମ୍ବାଡି’ ଏବଂ ‘ସନ୍ଥଭନମ’ ଭଳି ଉଚ୍ଚ ମାନର ଶୋ’ର ନିର୍ଦ୍ଦେଶକ ରହିଛନ୍ତି। ସେ କ୍ରମାଗତ ଭାବରେ ସିରିଏଲ କରିଥିଲେ ଯାହା ରେଟିଂ ଚାର୍ଟରେ ଶୀର୍ଷରେ ରହି ତାଙ୍କୁ ମାଲାୟାଲମ ଇଣ୍ଡଷ୍ଟ୍ରିର ବହୁ ଚର୍ଚ୍ଚିତ ନିର୍ଦ୍ଦେଶକ ଭାବରେ ପରିଚିତ କରିଥିଲା। ସେ ମାଲାୟାଲମରେ ସର୍ବାଧିକ ଦେଖାଯାଇଥିବା ଶୋ ‘ସନ୍ଥଭାନମ’ର ନିର୍ଦ୍ଦେଶନା ଦେଉଥିଲେ। ଏହି ଶୋ’ରୁ ସେ ଇଣ୍ଡଷ୍ଟ୍ରିରେ ସ୍ବତନ୍ତ୍ର ସ୍ବୀକୃତି ପାଇଥିଲେ।

Share