ପ୍ରସିଦ୍ଧ ଗାୟକ ଏମ୍ଏସ୍ ନସିମଙ୍କର ବୁଧବାର ଥିରୁବନନ୍ତପୁରମର ଏକ ଘରୋଇ ହସ୍ପିଟାଲରେ ମୃତ୍ୟୁ ଘଟିଛି। ୧୦ ବର୍ଷରୁ ଊର୍ଦ୍ଧ୍ୱ ହେବ ସେ ପକ୍ଷାଘାତରେ ଆକ୍ରାନ୍ତ ଥିଲେ। ଏହି କାରଣରୁ ହଠାତ୍ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନାସିମଙ୍କ ମୃତ୍ୟୁରେ ତାଙ୍କ ପରିବାର, ବନ୍ଧୁ ବାନ୍ଧବଙ୍କ ସମେତ ପ୍ରଶଂସକ ଦୁଃଖ ପ୍ରକାଣ କରିଛନ୍ତି। ସଂସ୍କୃତ ମନ୍ତ୍ରୀ ଏ କେ ବାଲନ ନାସିମଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି କହିଛନ୍ତି, ସେ ଜଣେ ଜଣାଶୁଣା ଗାୟକ ଥିଲେ। କଳା ସଂଗଠନ ଏବଂ ଥିରୁବନନ୍ତପୁରମରେ ସାଂସ୍କୃତିକ କାର୍ଯ୍ୟକ୍ରମର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲେ। ତାଙ୍କର ମୃତ୍ୟୁ ବହୁତ ଦୁଃଖ ଦେଇଛି ବୋଲି ମନ୍ତ୍ରୀ ଲେଖିଛନ୍ତି।