Categories: ଜାତୀୟ

ମାଲୟାଲମ ଚଳଚ୍ଚିତ୍ରରେ ପାଓ୍ବାର ସେଣ୍ଟର ନାହିଁ: ମାମୁଥି

ନୂଆଦିଲ୍ଲୀ,୨ା୯: ମାଲୟାଲମ ଫିଲ୍ମ ଇଣ୍ଡଷ୍ଟ୍ରିଜ୍‌ର କେତେଜଣ ଶୀର୍ଷ ଅଭିନେତା ଏବଂ ନିର୍ଦ୍ଦେଶକଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗକୁ ନେଇ ଝଡ଼ ଦେଖାଦେଇଥିବାବେଳେ ଚଳଚ୍ଚିତ୍ର ଶିଳ୍ପରେ କୌଣସି ପାଓ୍ବାର ସେଣ୍ଟର ନ ଥିଲା ବୋଲି ଅଭିନେତା ମାମୁଥି କହିଛନ୍ତି। ପୋଲିସ ଅଭିଯୋଗର ତଦନ୍ତ ସାଧୁତାର ସହ କରିବା ପାଇଁ ସେ ନିବେଦନ କରିଛନ୍ତି। ଚଳଚ୍ଚିତ୍ର ଶିଳ୍ପକୁ ଧ୍ୱଂସ ନ କରିବାକୁ ବର୍ଷିୟାନ ଅଭିନେତା ମୋହନଲାଲ ଶନିବାର ନିବେଦନ କରିଥିଲେ। ମାମୁଥି ଏକ ଫେସ୍‌ବୁକ୍‌ ପୋଷ୍ଟରେ କହିଛନ୍ତି, ସିନେମା ହେଉଛି ସମାଜର ପ୍ରତିଫଳନ। ସମାଜର ଭଲ ଏବଂ ମନ୍ଦ ଘଟଣା ଏଥିରେ ପ୍ରଦର୍ଶନ କରିଥାଏ। ଅଭିଯୁକ୍ତଙ୍କୁ କ’ଣ ଦଣ୍ଡ ଦିଆଯିବ, ସେ ନିଷ୍ପତ୍ତି କୋର୍ଟ ନେବେ ବୋଲି ମାମୁଥି କହିଛନ୍ତି।

Share