ମାଲାୟଲମ ଗୀତିକାର ଅନିଲଙ୍କ ପରଲୋକ: କରୋନାରେ ହୋଇଥିଲେ ଆକ୍ରାନ୍ତ

ଥିରୁଭାନନ୍ତପୁରମ୍‌,୪।୧: ଲୋକପ୍ରିୟ ମାଲାୟଲମ ଗୀତିକାର ଅନିଲ ପାନାଚୋରାନ୍‌ଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା। ଗତ ଏକ ସପ୍ତାହ ଧରି ତାଙ୍କର ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। ସେ କରୋନାରେ ଆକ୍ରାନ୍ତ ହୋଇ କୋଲମ୍‌ ଜିଲାର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ରବିବାର ସକାଳେ ସେ ଅଚେତ ହୋଇପଡ଼ିଥିଲେ। ଏହାପରେ ତାଙ୍କୁ ଅନାୟାରା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ରବିବାର ରାତ୍ର ୮ଟା ୩୦ରେ ତାଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିତ୍ବା ହସ୍ପିଟାଲ ପକ୍ଷରୁ କୁହାଯାଇଛି। ତାଙ୍କୁ ଲାଇଫ୍‌ ସପୋର୍ଟରେ ରଖାଯାଇଥିଲେ ମଧ୍ୟ ସୁଫଳ ମିଳି ନ ଥିଲା। ଅନିଲଙ୍କ ମୃତ୍ୟୁରେ ମାଲାୟଲମ ଫିଲ୍ମ ଜଗତରେ ଶୋକର ଛାୟା ଖେଳି ଯାଇଛି।

Share