ଲାଇଭ୍‌ ଶୋ’ ବେଳେ ଟଳିପଡିଲେ ପ୍ରଖ୍ୟାତ ଗାୟକ

ମାଲାୟାଲମ ସଙ୍ଗୀତ ଜଗତର ପ୍ରସିଦ୍ଧ ଗାୟକ ଏଡଭା ବଶିରଙ୍କ ପରଲୋକ ଘଟିଛି। ଏକ ଲାଇଭ୍‌ ଶୋ’ ବେଳେ ସେ ଷ୍ଟେଜ୍‌ ଉପରେ ଟଳିପଡିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା। ତାଙ୍କର ଆକସ୍ମିକ ମୃତ୍ୟୁରେ ମନୋରଞ୍ଜନ ଜଗତରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ଅନେକ ଫିଲ୍ମ ଗୀତରେ ସ୍ବର ଦେଇଥିଲେ ଏଡଭା।
କେରଳର ଆଲାପୁଜାଠାରେ ବ୍ଲୁ ଡାଇମଣ୍ଡ ଅର୍କେଷ୍ଟ୍ରା ଟ୍ରୁପର ସ୍ବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଏଡଭା ମୁଖ୍ୟ ଅତିଥି ଭାବରେ ପହଞ୍ଚିଥିଲେ। ଏହି ସମୟରେ ସେ ଜେ. ୟେସୁଦାସଙ୍କ ଗୀତ ମଧ୍ୟ ଗାଇଥିଲେ, କିନ୍ତୁ ଏହି ଗୀତ ତାଙ୍କର ଶେଷ ଗୀତ ବୋଲି କିଏ ଜାଣିଥିଲା। ସେ ମଞ୍ଚରେ ଗୀତ ଗାଇବା ମାତ୍ରେ ଟଳିପଡିଥିଲେ। ତାଙ୍କୁ ତୁରନ୍ତ ନିକଟସ୍ଥ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା।

Share