ଏକ୍ସପ୍ରେସ ୱେ’ରେ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ: ୧୦ ମୃତ

କୁଆଲାଲମ୍ପୁର,୧୭।୮: ଗୁରୁବାର ମାଲେସିଆର କୁଆଲାଲମ୍ପୁରରେ ଏକ୍ସପ୍ରେସ ୱେ’ରେ ଏକ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି। ମାଲେସିଆର ବେସାମରିକ ବିମାନ ଚଳାଚଳ ପ୍ରାଧିକରଣର ଏକ ବୟାନରେ କୁହାଯାଇଛି ଯେ, ବିମାନରେ ୬ ଜଣ ଯାତ୍ରୀ ଏବଂ ଦୁଇଜଣ ବିମାନ କର୍ମଚାରୀ ଥିଲେ। ବିମାନଟି ଲାଙ୍ଗକାଇଁ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସୁଲତାନ ଅବଦୁଲ ଅଜିଜ ଶାହା ବିମାନବନ୍ଦରକୁ ଯାଉଥିଲା।

Share