ବିବାଦରେ ମାଲେସିଆ ପ୍ରଧାନମନ୍ତ୍ରୀ ଇବ୍ରାହିମ, ଯୁବକଙ୍କ ଧର୍ମାନ୍ତରିକରଣ କରିଥିବା ଅଭିଯୋଗ

କୁଆଲା ଲୁମପୁର,୨୨।୮:ମାଲେସିଆର ପ୍ରଧାନମନ୍ତ୍ରୀ ଅନବର ଇବ୍ରାହିମ ବିବାଦ ଘେରରେ ଅଛନ୍ତି। ଅଣ-ମୁସଲମାନ ସମ୍ପ୍ରଦାୟ ତାଙ୍କୁ କଡ଼ା ସମାଲୋଚନା କରୁଛନ୍ତି। କାରଣ ପ୍ରଧାନମନ୍ତ୍ରୀ ଇବ୍ରାହିମ କିଛି ଦିନ ପୂର୍ବରୁ ସେଲାଙ୍ଗୋର ଜୁମାରେ ନମାଜ ପଢିବା ପରେ ଜଣେ ହିନ୍ଦୁ ଯୁବକଙ୍କୁ ଇସଲାମରେ ଧର୍ମ ପରିବର୍ତ୍ତନ କରି ଦେଇଥିଲେ। ଏନେଇ ଅଣ-ମୁସଲମାନ ସମ୍ପ୍ରଦାୟ କହିଛନ୍ତି ଯେ, ମାଲେସିଆ ହେଉଛି ସବୁ ଧର୍ମାବଲମ୍ବୀ ଦେଶ। ଯେଉଁଥିରେ ଖୋଦ୍‌ ପ୍ରଧାନମନ୍ତ୍ରୀ ଏପରି କାର୍ଯ୍ୟ କରୁଛନ୍ତି।

ପେନାଙ୍ଗର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପ୍ରଫେସର ପି ରାମାସାମୀ କହିଛନ୍ତ, ପ୍ରଧାନମନ୍ତ୍ରୀ ଭାରତୀୟଙ୍କୁ ସମ୍ମାନ କରନ୍ତି ନାହିଁ। ଅଣ ମୁସଲମାନମାନେ ଇବ୍ରାହିମଙ୍କୁ ବିଶ୍ୱାସ କରୁଥିଲେ, କିନ୍ତୁ ସେ ସେମାନଙ୍କ ପ୍ରତି ଆଚରଣ ବଦଳାଇଲେ ନାହିଁ। ଭାରତୀୟ ଏବଂ ଅଣ-ମୁସଲମାନ ସମ୍ପ୍ରଦାୟ ମାଲେସିଆ ପାଇଁ ଅନେକ ବଳିଦାନ ଦେଇଛନ୍ତି। କିନ୍ତୁ ଇବ୍ରାହିମ ତାଙ୍କୁ ଅସମ୍ମାନ କରିଛନ୍ତି। ପୂର୍ବରୁ ଇବ୍ରାହିମ ଜଣେ ଭାରତୀୟ ଛାତ୍ରଙ୍କ ସହ ଅଶାଳୀନ ବ୍ୟବହାର କରିଥିଲେ। ତାଙ୍କର ମନୋଭାବ କଦାପି ଗ୍ରହଣ କରାଯାଇପାରିବ ନାହିଁ । ବର୍ତ୍ତମାନ ସେ ସର୍ବସାଧାରଣରେ ଜଣେ ହିନ୍ଦୁଙ୍କୁ ଇସଲାମରେ ପରିଣତ କରିଛନ୍ତି।

Share