ଭାରତ ସହ ବିବାଦ ପରେ ମାଳଦ୍ଵୀପରେ ରାଜନୈତିକ ଅସ୍ଥିରତା! ରାଷ୍ଟ୍ରପତିଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି

ନୂଆଦିଲ୍ଲୀ, ୯ା୧: ଭାରତର ଶକ୍ତିକୁ ଅଣଦେଖା କରିବା ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ପାଇଁ ମହଙ୍ଗା ପଡିପାରେ। ପୂର୍ବରୁ ମାଳଦ୍ଵୀପର ବିରୋଧୀମାନେ ଭାରତ ସହିତ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ସେଠାରେ ସରକାରଙ୍କୁ ଦାୟୀ କରୁଛନ୍ତି ଏବଂ ବର୍ତ୍ତମାନ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ମାଲଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କୁ ହଟାଇବା ପାଇଁ ସଂସଦୀୟ ସଂଖ୍ୟାଲଘୁ ନେତା ଅଲି ଅଜିମ ଦାବି କରିଛନ୍ତି। ମୁଇଜୁଙ୍କୁ ଚେୟାରରୁ ବହିଷ୍କାର କରିବାରେ ସାହାଯ୍ୟ କରିବାକୁ ସେ ମାଲଦ୍ୱୀପର ନେତାମାନଙ୍କୁ ଅନୁରୋଧ କରିଛନ୍ତି। ଅଲି ଅଜିମ କହିଛନ୍ତି ଯେ ଆମର ମାଲଦ୍ୱୀପ ଡେମୋକ୍ରାଟିକ୍ ପାର୍ଟି (ଏମଡିପି) ଦଳ ମାଲଦ୍ୱୀପର ବୈଦେଶିକ ନୀତିରେ ସ୍ଥିରତା ବଜାୟ ରଖିବାକୁ ପ୍ରତିଶ୍ରୁତିବଦ୍ଧ। କୌଣସି ପଡୋଶୀ ଦେଶକୁ ଆମର ବୈଦେଶିକ ନୀତିରୁ ବିଚ୍ଛିନ୍ନ ହେବାକୁ ଦେବୁ ନାହିଁ। ସେ ତାଙ୍କ ଦଳର ବରିଷ୍ଠ ନେତାମାନଙ୍କୁ ପଚାରିଥିଲେ ଯେ ସେମାନେ ରାଷ୍ଟ୍ରପତି ମୁଇଜୁଙ୍କ ବିରୋଧରେ ଏକ ଅବିଶ୍ୱାସ ପ୍ରସ୍ତାବ ଆଣିବାକୁ ପ୍ରସ୍ତୁତ କି?

ଭାରତ ସହିତ ବିବାଦ କରିବା ମାଳଦୀପ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ବଡ଼ ସଂଖ୍ୟାରେ ଭାରତୀୟ ପର୍ଯ୍ୟଟକ ଏବଂ ଟ୍ରାଭେଲ କମ୍ପାନୀ ବୁକିଂ ବାତିଲ କରୁଛନ୍ତି। ଏଭଳି ସ୍ଥିତିରେ ଏବେ ମାଳଦୀପ ଟୁରିଜିମ ଆସୋସିଏସନ ମଧ୍ୟ ଏହାର ମନ୍ତ୍ରୀ ମାନନ୍କର ଆଲୋଚନା କରିଛି। ମାଳଦୀପ ଆସୋସିଏସନ ଅଫ ଟୁରିଜିମ ଇଣ୍ଡଷ୍ଟ୍ରି(ଏମଏଟିଆଇ) ବୟାନ ଜାରି କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଭାରତୀୟଙ୍କ ବିରୋଧରେ ମନ୍ତ୍ରୀମାନେ ଦେଇଥିବା ବ୍ୟାନର ନିନ୍ଦା କରିଛି।

Share