ଭାରତ ସୈନ୍ୟଙ୍କୁ ଦେଶରୁ ହଟାଇବା ବିବାଦ: ନରମିଲେ ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ, କହିଲେ ବିବାଦ ପାଇଁ ଆମେ ଛୋଟ ଦେଶ

ମାଲେ,୧୬।୧୧: ମାଳଦ୍ୱୀପର ନବ ନିର୍ବାଚିତ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ରାଷ୍ଟ୍ରପତି ପଦ ସମ୍ଭାଳିବା ପରେ ଭାରତୀୟ ସୈନିକଙ୍କୁ ଦେଶ ଛାଡିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତାଙ୍କ ବୟାନ ଭାରତ ଓ ମାଳଦ୍ୱୀପର ବିବାଦ ବଢିବାର ଆଶଙ୍କା ଥିଲା। କିନ୍ତୁ ନିକଟରେ ତାଙ୍କ ବୟାନକୁ ସେ ଫେରେଇ ନେଇଛନ୍ତି। ସେ ସଫେଇ ଦେଇଛନ୍ତି କି, ଭାରତ ସୈନିକଙ୍କ ସହ ଚାଇନା ସୈନିକଙ୍କୁ ମଧ୍ୟ ମାଳଦ୍ୱୀପରେ ନୂଆ ସ୍ଥାନ ମିଳିବ।
ସେ ଆହୁରି କହିଛନ୍ତି, ଭୂ-ରାଜନୈତିକ ପ୍ରତିଦ୍ୱନ୍ଦିତାରେ ଜୁଝିବା ପାଇଁ ମାଳଦ୍ୱୀପ ଏକ ଛୋଟ ଦେଶ ଅଟେ। ଦେଶରେ ବିଦେଶ ନୀତି ସାମିଲ କରିବା ନେଇ ମୋର କୌଣସି ଇଚ୍ଛା ନାହିଁ। ଆମେ ଭାରତ, ଚାଇନା ଏବଂ ଅନ୍ୟ ଦେଶ ସହ ମିଶି ଏକାଠି କାମ କରିବାକୁ ଯାଉଛୁ। ଏଥିସହ ଆମେ ୫୦ରୁ ୭୫ଭାରତୀୟ ସୈନ୍ୟଙ୍କୁ ହଟାଇବା ପାଇଁ ନୂଆଦିଲ୍ଲୀ ସହ ଔପଚାରିକ ଭାବେ କଥାବର୍ତ୍ତା କରିବୁ।
ମାଳଦ୍ୱୀପ ନାଗରିକ ଦେଶରେ କୌଣସି ସୈନ୍ୟ ଉପସ୍ଥିତିକୁ ଅନୁମତି ଦେବା ପାଇଁ ମୋତେ ଭୋଟ ଦେଇ ନାହାନ୍ତି। ଏଥିପାଇଁ ତାଙ୍କୁ ହଟାଇବାପାଇଁ ଭାରତ ସରକାରଙ୍କ ସହ ଶାନ୍ତିପୂର୍ଣ୍ଣ ଓ ଲୋକତାନ୍ତ୍ରିକ ଭାବରେ କଥା ହେବୁ। ଯାହାର ନିଶ୍ଚୟ ସମାଧାନ ହୋଇପାରିବ। ମୁଁ କେବେ ବି ଚାହେଁ ନାହିଁ ଯେ, ଭାରତୀୟ ସୈନ୍ୟ ଆମ ଦେଶରୁ ଚାଲିଯାଆନ୍ତୁ ଯାହାଦ୍ୱାରା ଅନ୍ୟ ଦେଶର ସୈନ୍ୟ ଆମ ଦେଶକୁ ଆସି ପାରିବେ। ମାଳଦ୍ୱୀପର ବିଶାଳ ସମୁଦ୍ର କ୍ଷେତ୍ରରେ ଗସ୍ତ କରିବା ପାଇଁ ୩ବିମାନକୁ ସାମିଲ କରିବା ଲାଗି ଭାରତୀୟ ସୁରକ୍ଷା କର୍ମୀଙ୍କ ଏକ ଗୋଷ୍ଠୀକୁ ହଟାଇବାର ଅଛି ବୋଲି ମୁଇଜୁ କହିଛନ୍ତି।

Share