ଭାରତୀୟଙ୍କ ବୟକଟ୍‌ ଟ୍ରେଣ୍ଡ ପରେ ଚାଇନାକୁ ଏଭଳି ଅପିଲ୍‌ କଲେ ମାଳଦ୍ୱୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ,୯।୧: ‘ବୟକଟ ମାଳଦ୍ୱୀପ’କୁ ନେଇ ଭାରତୀୟମାନଙ୍କ ପ୍ରତିକ୍ରିୟା ସାମ୍ନା କରିବା ପରେ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଚାଇନାକୁ ଅଧିକ ପର୍ଯ୍ୟଟକ ପଠାଇବାକୁ ଅପିଲ କରିଛନ୍ତି। ଚାଇନାକୁ ଆଧିକାରୀକ ଭାବେ ଗସ୍ତ କରିଥିବା ମୁଇଜୁ ଫୁଜିୟାନ ପ୍ରାନ୍ତରେ ମାଳଦ୍ୱୀପ ବ୍ୟବସାୟୀ ଫୋରମ୍‌କୁ ସମ୍ବୋଧିତ କରିବା ଅବସରରେ ଏହି ଅନୁରୋଧ କରିଛନ୍ତି।

ଚାଇନା ଆମର ସବୁଠାରୁ ନିକଟତର ସହଯୋଗୀ। କୋଭିଡ ପୂର୍ବରୁ ଏହା ଦେଶର ନମ୍ବର-୧ ବଜାର ଥିଲା। ଏବେ ପୁଣିଥରେ ଏହି ସ୍ଥିତିକୁ ହାସଲ କରିବାକୁ ପ୍ରୟାସକୁ ଜୋରଦାର କରିବାକୁ ଚାଇନାକୁ ଅନୁରୋଧ କରିବୁ ବୋଲି ମୁଇଜୁ କହିଛନ୍ତି।

Share