ଡ୍ରଗ୍ସ ମାମଲା: ଅଭିନେତ୍ରୀଙ୍କ ପରେ ଏନ୍‌ସିବି ରାଡାରରେ ଆସିପାରନ୍ତି ବଲିଉଡ୍‌ର ଆଗଧାଡିର ଅଭିନେତା

ମୁମ୍ବାଇ,୨୯ ।୯: ବଲିଉଡ୍ ନାୟକ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲା ସହ ଯୋଡି ହୋଇଥିବା ଡ୍ରଗ୍ସ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏହି ମାଲଲାରେ ଦୀପିକା ପାଦୁକୋନ, ସାରା ଅଲ୍ଲି ଖାଁ, ଶ୍ରଦ୍ଧା କପୁର ଓ ରକୁଲ ପ୍ରିତ ସିଂ ଆଦିଙ୍କ ନାଁ ଆସିବା ପରେ ଏମାନଙ୍କ ମୋବାଇଲ ଜବତ କରାଯାଇଛି । ଏବେ ଅନୁମାନ କରାଯାଉଛି କି ଏହି ମାମଲାରେ ବଲିଉଡ୍‌ର ଆଗଧାଡିର ନାୟକମାନେ ଏନ୍‌ସିବିି ରାଡାରରେ ରହିଛନ୍ତି । ସମୟ ଆସିଲେ ଏହା ଜଣାପଡିବ ବୋଲି ଅନୁମାନ କରାଯାଉଛି । ଏନ୍‌ସିବି ଏବେ ଇନ୍‌ପୁଟ୍ସ ଉପରେ କାମ କରୁଛି । ଏହାସହ ଦୀପିକା ପାଦୁକୋନଙ୍କ ମୋବାଇଲରୁ ଡିଲିଟ୍ ହୋଇଥିବା ଡାଟାକୁ ରିଟ୍ରାଇବ କରିବାକୁ ଚେଷ୍ଟା କରୁଛି । ଅନୁମାନ କରାଯାଉଛି ଦୀପିକାଙ୍କ ମୋବାଇଲରୁ ଆଉ କେତେଜଣ ଅଭିନେତାଙ୍କ ନାଁ ସାମ୍ନାକୁ ଆସିପାରେ ।

Share