ଭୋପାଳ,୨୩।୪: ମଧ୍ୟପ୍ରଦେଶର କୁନୋ ନ୍ୟାଶନାଲ ପାର୍କରେ ଆଉ ଗୋଟିଏ ଚିତାର ମୃତ୍ୟୁ ଘଟିଛି। ଏନେଇ ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ ଜେ.ଏସ ଚୌହାନ ସୂଚନା ଦେଇଛନ୍ତି। ଚିକିତ୍ସାଧୀନ ଅବସ୍ଥାରେ ପୁରୁଷ ଚିତା ଉଦୟର ମୃତ୍ୟୁ ହୋଇଥିବା ସେ କହିଛନ୍ତି। ଅନ୍ୟପକ୍ଷେ, କିଛି ଦିନ ତଳେ ଶିଶା ନାମକ ମହିଳା ଚିତାର ମୃତ୍ୟୁ ଘଟିଥିବା ବେଳେ ଏହା ଦ୍ୱିତୀୟ ମୃତ୍ୟୁ।
ଫେବୃୟାରୀ ୧୮ରେ ୧୧ ଟି ଚିତା ସାଉଥ୍ ଆଫ୍ରିକାରୁ ଅଣାଯାଇଥିଲା।