Categories: ଫୁରସତ

ଅଣ୍ଡିରା ଛେଳି ଦେଉଛି କ୍ଷୀର: ପିଉଛନ୍ତି ପୂରା ପରିବାର

ରାଜସ୍ଥାନ,୨୭।୭-ଏକ ଅଣ୍ଡିରା ଛେଳି ବା ଖାସୀ କ୍ଷୀର ଦେଉଛି। ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ମଧ୍ୟ ଏହି ଘଟଣାଟି ସତ। ରାଜସ୍ଥାନର ଧୌଲପୁର ଜିଲା ଗୁର୍ଜା ଅଞ୍ଚଳରେ ଏପରି ଅଜବ ଘଟଣା ସାମ୍ନାକୁ ଆସିଛି। ଆଉ ଏହି ଅଣ୍ଡିରା ଛେଳିର କ୍ଷୀରକୁ ମାଲିକଙ୍କ ସମେତ ତାଙ୍କ ପରିବାର ପିଉଥିବା ମାଲିକ ରାଜଭୀର ନିଜେ ସ୍ବୀକାର କରିଛନ୍ତି।
ରାଜଭୀର କହିଛନ୍ତି, ୧୬ ମାସ ପୂର୍ବରୁ ନିକଟସ୍ଥ ସହରରେ ଥିବା ଏକ ପଶୁ ହାଟରୁ ଏହି ଛେଳିକୁ ମାତ୍ର ୨୫୦୦ ଟଙ୍କାରେ କିଣିଥିଲି। ତେବେ ଛେଳିଠାରେ ହରମୋନ ସମସ୍ୟା ଯୋଗୁ ପ୍ରତିଦିନ ସକାଳେ ଏବଂ ସାରେ ପ୍ରାୟ ଏକ ଲିଟର କ୍ଷୀର ଦେଇଥାଏ। ୧୬ ମାସ ପୂର୍ବରୁ କିଣାଯାଇଥିବା ଏହି ଅଣ୍ଡିରା ଛେଳିଠାରେ ୬ ମାସ ପୂର୍ବରୁ ମହିଳା ଛେଳିର ହରମୋନ ବିକଶିତ କରିଥିଲା। ଯେଉଁଥିପାଇଁ ଛେଳି କ୍ଷୀର ଦେବା ଆରମ୍ଭ କରିଥିଲା। ଏ ନେଇ ରାଜଭୀର ପ୍ରାଣୀ ଚିକିତ୍ସକଙ୍କୁ ଜଣାଇବା ପରେ ହରମୋନ ସମସ୍ୟା ବୋଲି ଡାକ୍ତର କହିଥଲେ। ସମଗ୍ର ଜିଲାରେ ଏହି ଅଣ୍ଡିରା ଛେଳି କ୍ଷୀର ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି।

Share