ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧିଲେ ପୁରୁଷ ମଡେଲ୍‌

ବେଜିଂ, ୬। ୩: ଚାଇନାରେ ମହିଳା ଅନ୍ତଃବସ୍ତ୍ର ପିନ୍ଧି ଅନ୍‌ଲାଇନ୍‌ରେ ମଡେଲିଂ କରିବା ନିଷିଦ୍ଧ ହେବା ପରେ ଚାଇନାର ଏକ ଲାଇଭ୍‌ଷ୍ଟିମ୍‌ ଫ୍ୟାଶନ୍‌ କମ୍ପାନୀ ଏ କାମରେ ଏବେ ପୁରୁଷଙ୍କୁ ନିୟୋଜିତ କରିଛି। ମହିଳାଙ୍କ ପାଇଁ ଉପଲବ୍ଧ ପୁସ୍‌-ଅପ ବ୍ରା’ଠାରୁ ଆରମ୍ଭ କରି ଲେସ୍‌-ଟ୍ରିମ୍‌ଡ ନାଇଟ୍‌ ଗାଉନ୍‌ସ ଓ ସ୍ନ୍‌ଗ୍‌ କୋର୍‌ସେଟ୍‌ ପୁରୁଷ ମଡେଲ୍‌ମାନେ ପିନ୍ଧିଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ପ୍ରସାର ହେବାରେ ଲାଗିଛି। ଲାଇଭ୍‌ଷ୍ଟିମ୍‌ ବିଜ୍‌ନେସର ମାଲିକ ଜୁ ଏହାର ଭିଡିଓ ଅନ୍‌ଲାଇନ୍‌ ପ୍ଲାଟଫର୍ମରେ ଅପ୍‌ଲୋଡ୍‌ କରିଛନ୍ତି। ଭିଡିଓ ଶେୟାର ହେବା ପରେ ଏହାକୁ ୨,୦୦୦ ଲାଇକ୍‌ ମିଳିଛି। ତେବେ ମହିଳାମାନଙ୍କୁ ଅନ୍ତଃବସ୍ତ୍ରରେ ମଡେଲିଂ କରିବାକୁ ନ ଦେବା ଏବଂ ପୁରୁଷଙ୍କୁ ମହିଳାଙ୍କ ଅନ୍ତଃବସ୍ତ୍ର ପିନ୍ଧାଇ ମଡେଲିଂ କରେଇବାକୁ ନେଇ ସୋସିଆଲ ମିଡିଆ ୟୁଜର୍ସ କମେଣ୍ଟ ମାଧ୍ୟମରେ ସେମାନଙ୍କ ମତ ଦେଇଛନ୍ତି।

 

Share