Categories: ଜାତୀୟ

ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରି ପାରିବେନି ପୁରୁଷ ଅଧିକାରୀ: ହାଇକୋର୍ଟ…

କୋଲକାତା,୧୨।୧୨ : ବଳାତ୍କାର ପୀଡିତାଙ୍କୁ ପଚରାଉଚରା ଉପରେ କୋଲକାତା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ପୁରୁଷ ଅଧିକାରୀ କୌଣସି ପରିସ୍ଥିତିରେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ। ଏହା ସହିତ କୋର୍ଟ ଏହା ମଧ୍ୟ କହିଛନ୍ତି ଜଣେ ପୁରୁଷ ଅଧିକାରୀ ନାବାଳିକାଙ୍କୁ ବଳାତ୍କାର ବିଷୟରେ ପଚରାଉଚରା କରି ପାରିବେ ନାହିଁ। ଜଣେ ପୁରୁଷ ଅନୁସନ୍ଧାନକାରୀ ଅଧିକାରୀ କିମ୍ବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦ୍ୱାରା ବଳାତ୍କାର ପୀଡ଼ିତାଙ୍କ ବିବୃତ୍ତି ଗ୍ରହଣ କରିବା ନିୟମ ବିରୁଦ୍ଧ ବୋଲି କୋର୍ଟ କହିଛନ୍ତି। ପଶ୍ଚିମବଙ୍ଗର ହାଓ୍ବଡା ଜିଲାର ବାଗନାନରେ ନାବାଳିକାଙ୍କୁ ବଳାତ୍କାର ମାମଲା ସମ୍ପର୍କରେ ଶୁଣାଣି ବେଳେ ହାଇକୋର୍ଟର ଜଷ୍ଟିସ ଜୟ ସେନଗୁପ୍ତ।ଙ୍କ ବେଞ୍ଚ ଏହି ରାୟ ଦେଇଛନ୍ତିି।

ପୁରୁଷ ଅଧିକାରୀମାନେ ଜଣେ ବଳାତ୍କାର ପୀଡିତାଙ୍କୁ ପଚରାଉଚରା କରିବା ଗ୍ରହଣୀୟ ନୁହେଁ।
ବଳାତ୍କାର ପରେ ପୀଡିତାଙ୍କ ପରିବାର ଅଭିଯୋଗ କରିବା ପରେ କଲିକତା ହାଇକୋର୍ଟ ଏହାର ମନ୍ତବ୍ୟ ଦେଇଛନ୍ତି। ଏପରି ପରିସ୍ଥିତିରେ ଯଦି ଜଣେ ପୁରୁଷ ଅଧିକାରୀ ତାଙ୍କୁ ବଳାତ୍କାର ବିଷୟରେ ପଚରାଉଚରା କରନ୍ତି, ତେବେ ସେ ଅଧିକ ମାନସିକ ଆଘାତ ପାଇବେ। ଏ

ପୀଡିତାଙ୍କ ପରିବାର ସଦସ୍ୟ କୋର୍ଟଙ୍କୁ କହିଥିଲେ ସେମାନେ ବାଗନାନ ପୋଲିସ ଷ୍ଟେଶନରେ ଏକ ମାମଲା ରୁଜୁ କରିଛନ୍ତି। ପୀଡିତାଙ୍କୁ ଅନୁସନ୍ଧାନକାରୀ ଅଧିକାରୀ ଏବଂ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସାମ୍ନାରେ ତାଙ୍କ ସହିତ କ’ଣ ଘଟିଥିଲା ତାହା ବର୍ଣ୍ଣନା କରିବାକୁ କୁହାଯାଇଥିଲା। ଏହି ଘଟଣା ପରେ ପୀଡିତା ଜଣକ ପୂର୍ବରୁ ମାନସିକ ଦୁର୍ବଳ ଅବସ୍ଥାରେ ଥିଲେ ଏବଂ ସେ ପୁରୁଷ ଅଧିକାରୀଙ୍କ ଦ୍ୱାରା ତାଙ୍କ କଷ୍ଟ ବିଷୟରେ ବର୍ଣ୍ଣନା କରିବା ପଚରାଉଚରା ନେଇ ଅଧିକ ଆଘାତ ପାଇଥିଲେ। ଏହା ସହିତ ପରିବାର କହିଥିଲେ ବଳାତ୍କାର ଅଭିଯୋଗ ଦାଖଲ କରିବା ଦିନଠାରୁ ସେମାନେ ଧମକପୂର୍ଣ୍ଣ କଲ ପାଉଛନ୍ତି। ଏହା ପରେ ଜଷ୍ଟିସ ସେନଗୁପ୍ତା ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ ପୋଲିସ (ଡିଏସପି) ସ୍ତରର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ ପୀଡିତା ତଥା ତାଙ୍କ ପରିବାରର ସୁରକ୍ଷା ସୁନିଶ୍ଚିତ କରିବାକୁ ବାଗନାନ ପୋଲିସ ଷ୍ଟେଶନକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ପୀଡିତାଙ୍କ ପରିବାର ସଦସ୍ୟ ଯଦି ଏ ବାବଦରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ତେବେ ସିଧାସଳଖ କୋର୍ଟରେ ଅଭିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

 

Share