Categories: ଜାତୀୟ

ମାଲେଗାଁଓ ବିସ୍ଫୋରଣ ମାମଲାରେ କୋର୍ଟରେ ହାଜର ହେଲେ ପ୍ରଜ୍ଞା ଠାକୁର

ମୁମ୍ବାଇ,୪ ।୧: ମହାରାଷ୍ଟ୍ରର ମାଲେଗାଁଓରେ ୨୦୦୮ରେ ହୋଇଥିବା ବିସ୍ଫୋରଣ ମାମଲାରେ ଅଭିଯୁକ୍ତ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଭୋପାଳ ଏମ୍‌ପି ପ୍ରଜ୍ଞା ସିଂ ଠାକୁର ସୋମବାର ଏନ୍‌ଆଇଏର ବିଶେଷ ଅଦାଲତରେ ହାଜର ହୋଇଛନ୍ତି । ହେଲେ କୋର୍ଟ ଏହି ମାମଲାର ଶୁଣାଣି ୫ ଜାନୁୟାରୀକୁ ଘୁଞ୍ଚାଇ ଦେଇଛନ୍ତି । ନିଜର ସ୍ୱାସ୍ଥ୍ୟଗତ କାରଣ ଓ ସୁରକ୍ଷାକୁ ଦର୍ଶାଇ ପ୍ରଜ୍ଞା ସବୁଦିନ କୋର୍ଟରେ ହାଜର ହୋଇ ପାରିବେ ନାହିଁ ବୋଲି ଆବେଦନ କରିଛନ୍ତି । ହେଲେ ଯେତେବେଳେ କୋର୍ଟ ତାଙ୍କୁ ଡାକିବେ ସେ ସେତେବେଳେ ହାଜର ହେବାକୁ ରାଜି ଅଛନ୍ତି । ସୂଚନାଯୋଗ୍ୟ, ଏନ୍‌ଆଇଏର ଏକ ସ୍ପେଶାଲ କୋର୍ଟ ମାଲେଗାଁଓ ବିସ୍ଫୋରଣ ମାମଲାରେ ଲେପ୍ଟନାଣ୍ଟ କର୍ନେଲ ପ୍ରସାଦ ପୁରୋହିତ, ସାଧ୍ୱୀ ପ୍ରଜ୍ଞା ସିଂ ଠାକୁର ଓ ଅନ୍ୟ ୫ ଜଣଙ୍କ ବିରୋଧରେ ଆତଙ୍କ ସୃଷ୍ଟି କରୁଥିବା ଅଭିଯୋଗ ଆଣିଥିଲେ । ଏଥିରେ ଥିବା ୧୨ ମୁଖ୍ୟ ଅଭିଯୁକ୍ତଙ୍କ ମଧ୍ୟରେ ୭ ଜଣଙ୍କ ବିରୋଧରେ ୟୁଏପିଏ ଆଧାରରେ ଅଭିଯୋଗ କରାଯାଇଥିଲା ।

Share