ମାଲିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ବ୍ରିଜ୍‌ରୁ ଖସିଲା ବସ୍‌, ୩୧ ମୃତ

ବମାକୋ,୨୮।୨: ଆଫ୍ରିକୀୟ ଦେଶ ମାଲିରେ ବଡ଼ ଦୁର୍ଘଟଣା ଘଟିଛି। ଏକ ବସ୍‌ ବ୍ରିଜରୁ ଖସି ପଡିଛି। ଏହି ଦୁର୍ଘଟଣାରେ ୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ଜଣ ଆହତ ହୋଇଥିବା ସୂଚନା ମିଳିଛି। ମଙ୍ଗଳବାର କେନିବା ଅଞ୍ଚଳରେ ଏହି ଘଟଣା ଘଟିଛି। ଘଟଣା ସମ୍ପର୍କରେ ପରିବହନ ମନ୍ତ୍ରଣାଳୟ କହିଛି, ମଙ୍ଗଳବାର ମାଲିରେ ୩୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି। ଦେଶର ଦକ୍ଷିଣ-ପୂର୍ବରେ ଅବସ୍ଥିତ ଏକ ବ୍ରିଜରୁ ବୁର୍କିନା ଫାସୋ ଅଭିମୁଖେ ଯାଉଥିବା ବେଳେ ସନ୍ଧ୍ୟା ୫ ସମୟରେ ଏହି ଦୁର୍ଘଟଣା ଘଟିଛି।

Share