Categories: ଖେଳ

ଆଇପିଏଲ୍‌ ୨୦୨୨କୁ ଫେରିଲେ ମାଲିଙ୍ଗା; ଖାଲି ବଦଳିଲା…

ନୂଆଦିଲ୍ଲୀ,୧୧।୩: ପୁଣି ଆଇପିଏଲ୍‌କୁ ଫେରିଛନ୍ତି ୟର୍କର କିଙ୍ଗ୍‌ ଭାବେ ଜଣାଶୁଣା ଲାସିଥ ମାଲିଙ୍ଗା। ରାଜସ୍ଥାନ ରୟାଲ୍ସ ଆଇପିଏଲ୍‌-୨୦୨୨ ଆରମ୍ଭ ହେବା ପୂର୍ବରୁ ଏହି ଷ୍ଟାର ଖେଳାଳିଙ୍କୁ ଦଳରେ ସାମିଲ କରାଇଛି। ତାଙ୍କୁ ଫ୍ରାଞ୍ଚାଇଜ ଫାଷ୍ଟ ବୋଲିଂ କୋଚ ଭାବେ ନିଯୁକ୍ତ କରିଛି। ସେ ଏବେ ତାଙ୍କ ପୂର୍ବତନ ଅଧିନାୟକ କୁମାର ସାଙ୍ଗାକାରାଙ୍କ ସହ କାମ କରିବେ। ସାଙ୍ଗାକାରାଙ୍କୁ ରାଜସ୍ଥାନ ମୁଖ୍ୟ କୋଚ୍‌ ଏବଂ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଛି।

୨୦୧୧ରେ ଟେଷ୍ଟ, ୨୦୧୯ରେ ଦିନିକିଆ ପରେ ୨୦୨୧ ସେପ୍ଟେମ୍ବରରେ ମଲିଙ୍ଗା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଥିଲେ। ୧୭ ବର୍ଷର ଲମ୍ବା ଅନ୍ତର୍ଜାତୀୟ କ୍ୟାରିୟରରେ ମୋଟ ୫୪୬ ଉଇକେଟ ନେଇଛନ୍ତି ସେ। ବିଶ୍ୱର ପ୍ରଥମ ବୋଲର ଭାବେ ଟି୨୦ କ୍ରିକେଟରେ ୧୦୦ ଉଇକେଟ ନେଇଛନ୍ତି।

ମହାମାରୀ କରୋନା ଯୋଗୁ ୨୦୨୦ରେ ଆଇପିଏଲ୍‌ ଖେଳି ନ ଥିଲେ ମାଲିଙ୍ଗା। ହେଲେ ଏବେ ସେ ୨୦୨୨ ଲିଗ୍‌ରେ ବୋଲିଂ କୋଚ୍‌ ରୂପେ ପୁଣିଥରେ ଫେରୁଛନ୍ତି। ଏହାକୁ ନେଇ ମାଲିଙ୍ଗା ବେଶ ଉତ୍ସାହିତ ଅଛନ୍ତି। ସର୍ବଦା ଯୁବ କ୍ରିକେଟରମାନଙ୍କୁ ପ୍ରୋତ୍ସାହିତ କରି ଆସୁଥିବାରୁ ଫ୍ରାଞ୍ଚାଇଜ ପକ୍ଷରୁ ବୋଲିଂ କୋଚ୍‌ ଭାବେ ଦାୟିତ୍ୱ ନିର୍ବାହ କରିବାକୁ ନିଜର ଗୌରବ ବୋଲି ମନେ କରୁଛନ୍ତି ବୋଲି ପ୍ରତିକ୍ରିୟାରେ କହିଛନ୍ତି।

Share