Categories: ଖେଳ

ମାଲିଙ୍ଗାଙ୍କ ଭୟ: ବୋଲିଂ ଇଞ୍ଚେ ଏପଟ ସେପଟ ହେଲେ ଧୋନୀ ମାରିଦେବେ ଛକା…

ନୂଆଦିଲ୍ଲୀ,୨୬।୭ : ମହେନ୍ଦ୍ର ସିଂ ଧୋନୀ ଏପରି ଏକ ନାମ ଯାହାଙ୍କୁ ସମଗ୍ର ଭାରତର କ୍ରିକେଟ ପ୍ରେମୀ ଭଲ ପଆନ୍ତି। ଧୋନୀ ଟିମ ଇଣ୍ଡିଆର ସବୁଠାରୁ ସଫଳ ଅଧିନାୟକ ତାଲିକାରେ ଅନ୍ତର୍ଭୁକ୍ତ। ବଡ ବୋଲରମାନେ ଧୋନୀଙ୍କ ନାମ ନେଇ ଭୟଭୀତ ଥାଆନ୍ତି। ଧୋନୀ ନିଜ ଯାଦୁରେ ଟିମ ଇଣ୍ଡିଆର ପ୍ରତ୍ୟେକ ସ୍ବପ୍ନକୁ ପୂରଣ କରିଛନ୍ତି। ୱିକେଟ କିପର, ବ୍ୟାଟ୍ସମ୍ୟାନ, ଅଧିନାୟକ, ଖେଳାଳି ପ୍ରତ୍ୟେକ ବିଭାଗର ଦାୟିତ୍ୱକୁ ବହୁତ ଭଲ ଭାବରେ ପରିଚାଳନା କରିଛନ୍ତି।

ଜଣେ ବଡ ବୋଲର ଧୋନୀଙ୍କୁ ନେଇ ନିଜର ଭୟ ବିଷୟରେ କହିଥିଲେ। ଯେତେବେଳେ ଧୋନୀ ପଡ଼ିଆକୁ ବ୍ୟାଟ ଧjରି ଆସୁଥିଲେ, ସେତେବେଳେ ଶ୍ରୀଲଙ୍କାର ୟର୍କର କିଙ୍ଗ୍‌ ମାଲିଙ୍ଗା ମନରେ ଭୟଭୀତ ହୋଇ ଯାଉଥିବା ନେୀ ଏକ ସାକ୍ଷାତକାରରେ ପ୍ରକାଶ କରିଥିଲେ। ଯେତେବେଳେ ଧୋନି ବ୍ୟାଟିଂ ପାଇଁ ପଡ଼ିଆକୁ ଆସୁଥିଲେ, ସେତେବେଳେ ପଡ଼ିଆରେ ପ୍ରଶଂସକଙ୍କ ପରିବେଶ ଦେଖିବାକୁ ଯୋଗ୍ୟ। ଜଣେ ବୋଲର ଭାବରେ, ଏଥିପାଇଁ ମାନସିକ ସ୍ତରରେ ଶକ୍ତିଶାଳୀ ହେବା ଆବଶ୍ୟକ। ନଚେତ ଆତ୍ମବିଶ୍ୱାସ ହରାଇବାର ଆଶଙ୍କା ରହିଥିଲା। ଧୋନୀଙ୍କୁ ବୋଲିଂ କରିବା ସମୟରେ ମାଲିଙ୍ଗା ଦ୍ୱନ୍ଦ୍ୱରେ ରହୁଥିବା ପ୍ରକାଶ କରିଥିଲେ।

ଧୋନୀଙ୍କ ପାଇଁ ପ୍ରଶଂସକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ ଅଛି। ସେ ରନ ସ୍କୋର କରନ୍ତୁ କି ନାହିଁ, ପ୍ରଶଂସକମାନେ ଧୋନୀଙ୍କୁ କ୍ରିଜରେ ଦେଖିବାକୁ ଚାହାଁନ୍ତି। ଧୋନୀଙ୍କୁ କିପରି ବୋଲିଂ କରିବେ ବୋଲି ବୋଲିଂ କରିବାବେଳେ ମଁ ମଧ୍ୟ ଅନେକ ଥର ଚିନ୍ତା କରିଛି । କାରଣ ଧୋନି ୟକର୍ର୍‌ ବହୁତ ଭଲ ଖେଳନ୍ତି ।

ଧୋନୀ ଆଶ୍ଚର୍ଯ୍ୟଜନକ ଶଟ ଖେଳିବାରେ ଧୁରନ୍ଦର। ଏଥିରେ କୌଣସି ସନ୍ଦେହ ନାହିଁ ଧୋନୀଙ୍କ ଅପେକ୍ଷା ଅନ୍ୟ କେହି ୟକର୍ର୍‌ ଭଲ ଖେଳିପାରିବେ। ଯଦି ବଲ ଏକ ଇଞ୍ଚ ମଧ୍ୟ ଘୁଞ୍ଚି ଯାଏ, ତେବେ କଥା ସରିଲା। ସାଙ୍ଗେ ସାଙ୍ଗେ ଧୋନୀ ହେଲିକପ୍ଟର ଶଟ ମାରି ଛକା କରିବେ। ସେଥିପାଇଁ ସମସ୍ତେ ଧୋନୀଙ୍କ ଉପରେ ବିଶ୍ୱାସ କରନ୍ତି। ଧୋନୀ ନିଜର ପରିଶ୍ରମ ଦ୍ୱାରା ଏହି ସ୍ନେହ, ପ୍ରେମ ଏବଂ ସମ୍ମାନ ଅର୍ଜନ କରିଛନ୍ତି ବୋଲି ମାଲିଙ୍ଗା ପ୍ରକାଶ କରିଥିଲେ।

 

Share