ସ୍ବାମୀଙ୍କ ଠାରୁ ଅଲଗା ହେବେ ଇଶା ଦେଓଲ

ମୁମ୍ବାଇ: ଡ୍ରିମ୍‌ ଗର୍ଲ ତଥା ହେମା ମାଳିନୀଙ୍କ ଝିଅ ଇଶା ଦେଓଲ ବୃତ୍ତିଗତ ଠାରୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି। ଏହି ସମୟରେ ଇଶା ଦେଓଲଙ୍କ ବିଷୟରେ ଏଭଳି ଖବର ସାମ୍ନାକୁ ଆସିଛି। ଯାହାକୁ ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଖବର ଅନୁଯାୟୀ, ଅଭିନେତ୍ରୀ ତାଙ୍କ ସ୍ବାମୀ ଭରତ ତଖତାନୀଙ୍କ ଠାରୁ ଅଲଗା ହୋଇଯାଇଛନ୍ତି।

ବାସ୍ତବରେ, ବଲିଉଡ ଲାଇଫ ଏବଂ ବଲିଉଡ ସାଦି ଡଟ୍‌ କମ୍‌ରେ ପ୍ରକାଶିତ ଏକ ଖବର ଅନୁଯାୟୀ, ଏହି ଘଟଣା ସାମ୍ନାକୁ ଆସିଲା ଯେତେବେଳେ ନିକଟରେ ଏକ ସୋସିଆଲ ମିଡିଆ ବ୍ୟବହାରକାରୀ ରେଡ୍ଡିଟରେ ଏକ ପୋଷ୍ଟ ଶେୟାର କରିଥିଲେ ଏବଂ ଏଥିରେ ଦର୍ଶାଇଥିଲେ ଯେ ଇଶା ଏବଂ ଭରତ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ସେଥିପାଇଁ ସେମାନଙ୍କୁ ଆଉ ସର୍ବସାଧାରଣରେ ଏକାଠି ଦେଖାଯାଉ ନାହିଁ। କେବଳ ଏତିକି ନୁହେଁ, ଏହି ପୋଷ୍ଟରେ ୟୁଜର୍ସ ମଧ୍ୟ ଦାବି କରିଛନ୍ତି ଯେ, ଭରତ ତାଙ୍କ ପତ୍ନୀଙ୍କୁ ଠକିଛନ୍ତି। ୟୁଜର୍ସ ଜଣଙ୍କ କହିଛନ୍ତି, ନୂଆ ବର୍ଷ ବେଙ୍ଗାଲୁରୁରେ ଏକ ପାର୍ଟିରେ ଇଶାଙ୍କ ସ୍ବାମୀ ଭରତଙ୍କୁ ଦେଖିଛନ୍ତି। ଯେଉଁଠାରେ ସେ ତାଙ୍କର ଜଣେ ଗର୍ଲଫ୍ରେଣ୍ଡଙ୍କ ସହିତ ଥିଲେ। ଏହା ମଧ୍ୟ କୁହାଯାଇଥିଲା ଯେ ଭରତଙ୍କ ଗର୍ଲଫ୍ରେଣ୍ଡ ବାଙ୍ଗାଲୋରରେ ରୁହନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଦେଓଲ ପରିବାରର କେହି ଏହି ଖବର ଉପରେ କୌଣସି ପ୍ରତିକ୍ରିୟା ଦେଇନାହାଁନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡପତ୍ର ଗୁଜବ ଭିତରେ ଭୂକମ୍ପ ସୃଷ୍ଟି କଲା ଅଭିଷେକଙ୍କ ପୋଷ୍ଟ! କହିଲେ ଆଇ ୱାଣ୍ଟ ଟୁ ଟକ୍‌…

ମୁମ୍ବାଇ: ବଚ୍ଚନ ପରିବାର କିଛିଦିନ ହେବ ଛାଡପତ୍ର ଗୁଜବ କାରଣକୁ ଚର୍ଚ୍ଚାରେ ରହି ଆସିଛନ୍ତି। ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ସହ ମତାନ୍ତର ଠାରୁ ଆରମ୍ଭ କରି...

ଭଉଣୀଙ୍କ ନଣନ୍ଦଙ୍କୁ ଭଲ ପାଇ ବସିଥିଲେ ପଙ୍କଜ ତ୍ରିପାଠୀ, ବିବାହର ୧୯ ବର୍ଷ ପରେ ବି ଆପଣାଇନାହାନ୍ତି ପରିବାର

ବମ୍ବେ: ସାଧାରଣତଃ ପ୍ରେମ ବିବାହରେ ଉଭୟ ପକ୍ଷଙ୍କ ପରିବାରକୁ ରାଜି କରାଇବା କଷ୍ଟକର ହୋଇଥାଏ। ଅଧିକାଂଶ ସମୟରେ ସହମତି ହୋଇ ନ ପାରିବାରୁ ପ୍ରେମୀଯୁଗଳ ପରିବାର...

ଅଭିଷେକଙ୍କ ଘର ଛାଡ଼ିବେ ଐଶ୍ୱର୍ଯ୍ୟା! ଝିଅଙ୍କ ସହ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ସ୍ବାମୀ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କଠାରୁ ଅଲଗା ହେବା ଖବର ଗଣମାଧ୍ୟମର ଶିରୋନାମା ପାଲଟିଛି। ଏମିତିରେ ଐଶ୍‌ ଖୁବ୍‌ଶୀଘ୍ର...

ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୨୫।୧୦: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ସୁପ୍ରିମକୋର୍ଟଙ୍କରୁ ଏକ ବଡ଼ ଆଶ୍ୱସ୍ତି ପାଇଛନ୍ତି। ହାଇକୋର୍ଟଙ୍କ...

ଐଶ୍ୱର୍ଯ୍ୟା-ଅଭିଷେକଙ୍କ ଛାଡପତ୍ର ଚର୍ଚ୍ଚା ମଧ୍ୟ ଭାଇରାଲ ହେଉଛି ନିମ୍ରତ କୌରଙ୍କ କମେଣ୍ଟ: ଜାଣନ୍ତୁ କଲେ କହିଲେ…

ଆଜିକାଲି ଅଭିଷେକ ବଚ୍ଚନଙ୍କ ସହ ପ୍ରେମ ସମ୍ପର୍କର ଗୁଜବ ପାଇଁ ନିମ୍ରତ କୌର ଚର୍ଚ୍ଚାରେ ଅଛନ୍ତି। ନିମ୍ରତଙ୍କ କାରଣରୁ ଅଭିଷେକ ଏବଂ ଐଶ୍ୱର୍ଯ୍ୟାଙ୍କ ଦାମ୍ପତ୍ୟ ଜୀବନରେ...

ଜୟା ବଚ୍ଚନଙ୍କ ମା’ଙ୍କ ନିଧନ ଖବର ମିଛ!

ବମ୍ବେ: ବଲିଉଡ ଅଭିନେତ୍ରୀ ତଥା ରାଜ୍ୟ ସଭା ଏମ୍‌ପି ଜୟା ବଚ୍ଚନଙ୍କ ମା’ ତଥା ଅମିତାଭ ବଚ୍ଚନଙ୍କ ଶାଶୁ ଇନ୍ଦିରା ଭାଦୁଡ଼ି ଅସୁସ୍ଥ। ଅଣ୍ଟା ଭାଙ୍ଗି...

ପୁଷ୍ପା-୨: ରିଲିଜ୍‌ ପୂର୍ବରୁ ୧୦୮୫ କୋଟିର ବ୍ୟବସାୟ

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ‘ପୁଷ୍ପା ୨: ଦି ରୁଲ୍‌’ ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ। ତେବେ ରିଲିଜ୍‌...

ଧମକ ମିଳୁଥିବାରୁ ସଲମାନଙ୍କ ମେଣ୍ଟାଲ ହେଲଥ ଉପରେ ପଡୁଛି ପ୍ରଭାବ! ସୁଟିଂ କ୍ୟାନସେଲ

ମୁମ୍ବାଇ,୨୨।୧୦: ଏନସିପି ନେତା ବାବା ସିଦ୍ଦିକୀଙ୍କ ମୃତ୍ୟୁ ପରେ ସଲମାନ ଖାନଙ୍କୁ କ୍ରମାଗତ ଭାବରେ ହତ୍ୟା ଧମକ ମିଳୁଛି, ଯେଉଁଥିପାଇଁ ଆଜିକାଲି ସୁପରଷ୍ଟାର ବହୁତ ଚାପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri