ମାଲକାନଗିରି, ୨୭।୧୨(ଦୁର୍ଯ୍ୟୋଧନ ପାତ୍ର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ଜନକଲ୍ୟାଣ ଯୋଜନାଗୁଡ଼ିକର ମାଲକାନଗିରି ଜିଲାରେ ହିଁ ଶୁଭାରମ୍ଭ କରିଥାନ୍ତି। ୨୦୨୪ ଜାନୁୟାରୀ ପ୍ରଥମ ସପ୍ତାହରେ ମାଲକାନଗିରି ସଦର ମହକୁମାରେ ନବନିର୍ମିତ ବିମାନବନ୍ଦର ଲୋକାର୍ପିତ ହେବ ବୋଲି କ୍ରୀଡ଼ା ସଚିବ ତଥା ମାଲକାନଗିରିର ପୂର୍ବତନ ଜିଲାପାଳ ଆର୍. ଭିନିଲ୍ କ୍ରିଷ୍ଣା ଟୁଇଟ୍ ଯୋଗେ ସୂଚନା ଦେଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୦ କୋଟି ବ୍ୟୟ ହୋଇଥିବା ବେଳେ ଏହାକୁ ୫୦ କୋଟିକୁ ବୃଦ୍ଧିକରି ଯୁଦ୍ଧକାଳୀନ ଭିତ୍ତିରେ ଜିଲା ପ୍ରଶାସନ, ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀ ଏବଂ ଏୟାରପୋର୍ଟ କର୍ତ୍ତୃପକ୍ଷ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଏୟାରପୋର୍ଟ ପରିସରରେ ଅତିଥି ଭବନ, କ୍ୟାଣ୍ଟିନ୍, ବିଶ୍ରାମାଗାର, ଅଗ୍ନିଶମ କେନ୍ଦ୍ର, ୧୬୦୦ ମିଟର ରନଓ୍ବେ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି। ରାଜ୍ୟ ସରକାର ବିମାନବନ୍ଦରକୁ ଯେତିକି ପ୍ରାଧାନ୍ୟ ଦେଇଛନ୍ତି, ରେଳପଥ ନିର୍ମାଣରେ ଅଗ୍ରାଧିକାର ଦେବା ପାଇଁ ସାଧାରଣରେ ଦାବି ହେଉଛି।