ଅଘୋଷିତ ବିଦ୍ୟୁତ କାଟ୍‌କୁ ନେଇ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ମାଲକାନଗିରି,୨୭।୬(ଦୁର୍ଯ୍ୟୋଧନ ପାତ୍ର): ଅଘୋଷିତ ବିଦ୍ୟୁତ କାଟ ବନ୍ଦ କରିବା, ଗୁଣାତ୍ମକ ବିଦ୍ୟୁତ ଯୋଗାଣ ଏବଂ ଅହେତୁକ ବିଦ୍ୟୁତ ଦରବୃଦ୍ଧିକୁ ବନ୍ଦ କରିବା ଦାବିରେ ମାଲକାନଗିରି ଜିଲା କଂଗ୍ରେସର ବିଦ୍ୟୁତ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ କରିଛି। ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ଶତାଧିକ କଂଗ୍ରେସ କର୍ମୀ ରାଲିରେ ବାହାରି ସଦର ମହକୁମାସ୍ଥିତ ଉପଖଣ୍ଡ ବିଦ୍ୟୁତ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଟାଟା ପାୱାରର ମନମୁଖୀ କାର୍ଯ୍ୟ ଯୋଗୁ କଗ୍ରେଂସ କର୍ମୀମାନେ କାର୍ଯ୍ୟାଳୟକୁ ପୋଲିସ ଉପସ୍ଥିତିିରେ ଅଣ୍ଡା ମାଡ କରିଛନ୍ତି। ଆଗାମୀ ଦିନରେ ଏହା ସମାଧାନ ନ ହେଲେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି କଂଗ୍ରେସ ଚେତାବନୀ ଦେଇଛି।