ବଦଳିଲେ ମାଲକାନଗିରି ଜିଲାପାଳ

ମାଲକାନଗରି,୧୬ା୧୧(ଡି.ଏନ୍‌.ଏ.): ସୋମବାର ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ବଦଳି ହୋଇଛି। ହତ୍ୟା ଅଭିଯୋଗ ଆସିବା ପରେ ତାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ ନୂତନ ଜିଲାପାଳ ଭାବେ ଓ୍ବାଇ ବିଜୟ ଆସିଛନ୍ତି।

ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ ମାଲକାନଗିରି ଜିଲାପାଳଙ୍କ ବ୍ୟକ୍ତିଗତ ସହାୟକ ଦେବ ନାରାୟଣ ପଣ୍ଡାଙ୍କ ମୃତ୍ୟୁ ଘଟଣା ଏବେ ଭିନ୍ନ ମୋଡ଼ ନେଇଛି। ସ୍ଥାନୀୟ ଏସ୍‌ଡିଜେଏମ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରବିବାର ମାଲକାନଗିରି ଜିଲାପାଳ ମନୀଷ ଅଗ୍ରଓ୍ବାଲଙ୍କ ସମେତ ୪ ସହକର୍ମୀଙ୍କ ନାମରେ ପୋଲିସ ହତ୍ୟା ମାମଲା ରୁଜୁ କରିଛି । ଆଇପିସିର ୩୦୨, ୫୦୬, ୨୦୧, ୨୦୪, ୧୨୦ (ବି) ୩୪ରେ ମାଲକାନଗିରି ପୋଲିସ ଦ୍ୱାରା ମାମଲା ରୁଜୁ କରାଯାଇଛି । ମନୀଷଙ୍କ ସମେତ ତାଙ୍କ ପିଏ ଭଗବାନ ପାଣିଗ୍ରାହୀ, ଦୁଇ ଷ୍ଟେନୋଙ୍କ ବିରୋଧରେ ମଧ୍ୟ ପୋଲିସ ମାମଲା ରୁଜୁ କରିଛି ।