ତଳକୁ ଧସୁଛି ମାଲକାନଗିରି ଜିଲା ୭ ମହଲା ବିଶିଷ୍ଟ ମୁଖ୍ୟ ଚିକିତ୍ସାଳୟ

ମାଲକାନଗିରି,୧୧ା୧୧(ଦୁର୍ଯ୍ୟୋଧନ ପାତ୍ର): ତଳକୁ ଧସିବାରେ ଲାଗିଛି ମାଲକାନଗିରି ଜିଲା ମୁଖ୍ୟ ଚିକିତ୍ସାଳୟ। ୭ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ଅନେକ ସ୍ଥାନ ମାଟି ଭିତରକୁ ଧସିବା ସହ ଚିକିତ୍ସାଳୟଟି ତଳକୁ ଦବି ଯାଉଥିବା ଦେଖିବାକୁ ମିଳିଛି। ବିରାଟ କାୟ ଚିକିତ୍ସାଳୟରେ ତଳ ମହଲାର ବିଭିନ୍ନ ସ୍ଥାନରେ ମାଟି ଦବି ନିର୍ମାଣ ହୋଇଥିବା ଗୃହର କିଛି ଅଂଶ ମଧ୍ୟ ମାଟି ଭିତରକୁ ଦବି ଯାଇଥିବା ଦେଖାଯାଇଛି।

ଫଳରେ ଚିକିତ୍ସାଳୟଟି ବିପଦପୂର୍ଣ ଭାବେ ତଳକୁ ଦବିବାରେ ଲାଗିଥିବା ବେଳେ ଏହାର ଭବିଷ୍ୟତକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଦିନ ଏଠାରେ ସହ ସହ ସଂଖ୍ୟାର ରୋଗୀ ଆସୁଥିବାବେଳେ ସେମାନଙ୍କୁ ସେବା ଯୋଗାଇବା ପାଇଁ ଶତାଧିକ ଡାକ୍ତର, ସ୍ବାସ୍ଥ୍ୟ କର୍ମୀ ଓ ବିଭିନ୍ନ କର୍ମଚାରୀ ନିୟୋଜିତ ଅଛନ୍ତି। ଏପରି ସ୍ଥିତିରେ ଯଦି ଜିଲା ଚିକିତ୍ସାଳୟ ଧସିବାରେ ଲାଗେ ତେବେ ଏହା ବିପଦକୁ ଆମନ୍ତ୍ରଣ ସଦୃଶ ହେବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ଏନେଇ ଜିଲା ସ୍ବାସ୍ଥ୍ୟ ଅଧିକାରୀ ବ୍ରଜବନ୍ଧୁ ଦାସଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ସ୍ବୀକାର କରିଛନ୍ତି। ଏହା ସହ ସେ କହିଛନ୍ତି, ଗତ ୬ ମାସଧରି ଆମେ ଅନୁଭବ କରୁଛୁ କି ଚିକିତ୍ସାଳୟର ତଳ ଫ୍ଲୋର ଦାବିବାରେ ଲାଗିଛି। ବିଭିନ୍ନ ସ୍ଥାନରେ ଏପରି ମାଟି ଧସି ଯାଇଥିବା ବେଳେ ପୂର୍ବରୁ ଏନେଇ ଆରଆଣ୍ଡବି ବିଭାଗକୁ ଅବଗତ କରଯାଇଥିଲା। ଏହାପରେ ବିଭାଗ ପକ୍ଷରୁ ଏହାକୁ ନିର୍ମାଣ କରାଯାଇଥିଲା। କିନ୍ତୁ କିଛିଦିନ ପରେ ପୁଣି ବିଭିନ୍ନ କକ୍ଷ ଫ୍ଲୋର ଧସିଯାଇଥିବା ବେଳେ ଏହାକୁ ପୁନଃ ମରାମତି ପାଇଁ ବିଭାଗକୁ ଚିଠି କରାଯାଇଛି। ତୁରନ୍ତ ଏହାର ମରାମତି ଦିଗରେ ପଦକ୍ଷେପ ନେବାକୁ ଦାସ ଅଧିକାରୀଙ୍କ ସହ ଆଲୋଚନା କରିବେ ବୋଲି କହିିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ହଜି ଯାଉଥିବା ପାରମ୍ପରିକ ଖାଦ୍ୟ, ବାଦ୍ୟଯନ୍ତ୍ରର ପୁନରୁଦ୍ଧାର ପାଇଁ ପ୍ରୟାସ

ଦାରିଙ୍ଗବାଡ଼ି,୨୮ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଜାଗୃତି କାର୍ଯ୍ୟାଳୟ ପରିସର ମଧ୍ୟରେ ଜନଜାତି ସମ୍ମିଳନୀ-୨୦୨୫ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରଦୀପ ମଲିକ ମଞ୍ଚ...

କଟକ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ: ଏପ୍ରିଲ ୬ ଯାଏ ଚାଲିବ

କଟକ,୨୮୩(କାର୍ତ୍ତିକ ସାହୁ): ସାଧବ ପୁଅମାନେ କାର୍ତ୍ତିକ ମାସରେ ବିଦେଶକୁ ବାଣିଜ୍ୟ କରିବା ପାଇଁ ଯାଉଥିଲେ। ସେମାନେ ବିଦେଶରୁ ବାଣିଜ୍ୟ ସାରି ଫେରିବା ପରେ ବାଲିଯାତ୍ରା ପଡ଼ିଆରେ...

୧୩ ମାସ ହେଲା ଅଙ୍ଗନଓ୍ବାଡ଼ି ଦରମା ବନ୍ଦ, ଜିଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ

ଛତପୁର,୨୮ା୩(ସନ୍ତୋଷ ପାଢ଼ୀ): ଗଞ୍ଜାମ ବ୍ଲଳ କୁଜିଢେପା ଗ୍ରାମରେ ଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ର ୧୩ ମାସ ହେଲା ବନ୍ଦ ରହିଛି। ଅପରପକ୍ଷରେ ଗ୍ରାମବାସୀଙ୍କ ପକ୍ଷରୁ ବାରମ୍ବାର ଆନ୍ଦୋଳନ...

ବାଇକ୍‌ ଦୁର୍ଘଟଣାରେ ଜଣଙ୍କ ଜୀବନ ଗଲା, ଜଣେ ଆହତ

ତୁମୁଡ଼ିବନ୍ଧ,୨୮ା୩(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ଓ ରାୟଗଡ଼ା ଜିଲା ସଂଯୋଗ କରୁଥିବା ଝିରିପାଣିଠାରୁ ଅମ୍ବାଦୋଳା ରାସ୍ତାର ବର ଗାଁ ଘାଟି ତଳେ ଏକ ବାଇକ୍‌...

ଏମ୍‌ପିଙ୍କ ପରେ ଉଠିଲା ବିଧାୟକଙ୍କ ଦରମା ବୃଦ୍ଧି ଦାବି

ଭୁବନେଶ୍ୱର,୨୮।୩: ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ଶୁକ୍ରବାର ଗୃହର ଶୂନ୍ୟକାଳରେ ବିଧାୟକଙ୍କ ଦରମା ବୃଦ୍ଧି ଦାବି କରାଯାଇଛି। ବିରୋଧୀ ଏବଂ ଶାସକ ଦଳର ବିଧାୟକମାନେ ଦରମା...

ଡା.ଦେବେନ୍ଦ୍ର ପ୍ରଧାନ: ନିଜ ପାଇଁ ନୁହେଁ, ଅନ୍ୟ ପାଇଁ ବଞ୍ଚୁଥିଲେ

ସନ୍ଥ କବି ଭୀମ ଭୋଇଙ୍କ ଦ୍ବାରା ଲିଖିତ ଏହି ବାଣୀକୁ ଦିବଂଗତ ସମାଜସେବୀ ତଥା କେନ୍ଦ୍ରମନ୍ତ୍ରୀ ଡ. ଦେବେନ୍ଦ୍ର ପ୍ରଧାନ ନିଜ ଜୀବନର ବ୍ରତ କରି...

ସଭାପତି, ଉପସଭାପତି ପଦ ପାଇଁ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର, ୨୮।୩(ବନ୍ଦନା ସେଠୀ): ୨୦୨୫-୨୬ବର୍ଷ ପାଇଁ ବାର୍‌ ଆସୋସିଏଶନ ନିର୍ବାଚନ ଆସନ୍ତା ୨୯ତାରିଖରେ ଅନୁଷ୍ଠିତ ହେବ। ଶନିବାର ସକାଳ ୭ଟା ୩୦ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ...

ଛପର ଫାଡ଼ିଦେଲେ ଭଗବାନ: ଦିନ ମଜୁରିଆରୁ କୋଟିପତି ହେଲେ ଓଡ଼ିଆ ଯୁବକ

କେନ୍ଦୁଝର,୨୮।୩: ସତରେ ଭଗବାନ ଯେତେବେଳେ ଦିଅନ୍ତି ଛପର ଫାଡ଼ି ଦିଅନ୍ତି। ରାତା ରାତି ବଦଳି ଯାଏ ଭାଗ୍ୟ। କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ରେଭେନସାପୁର...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image