ସ୍ତ୍ରୀଙ୍କୁ ନିର୍ଯାତନା ଦେବା ଅଭିଯୋଗରେ ମାଲକାନଗିରି ଡିଏସ୍‌ପି ଅଟକ

ମାଲକାନଗିରି,୧୮ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ କାର୍ଯ୍ୟରତ ଡିଏସ୍‌ପି ଅକ୍ଷୟ କୁମାର ନାୟକଙ୍କୁ ଗୁରୁବାର ରାତିରେ କେସିଙ୍ଗା ପୋଲିସ ଉଠାଇ ନେଇଥିବା ଜଣାପଡିଛି। ସେ କଳାହାଣ୍ଡି ଜିଲା କେସିଙ୍ଗା ଥାନାରେ ଏସ୍‌ଡିପିଓ ଭାବରେ ଥିବା ବେଳେ ଜଣେ ମହିଳା କନଷ୍ଟେବଳଙ୍କୁ ପ୍ରେମ କରି ମନ୍ଦିରରେ ବିବାହ କରିଥିଲେ। ତେବେ ଉକ୍ତ ମହିଳାଙ୍କୁ ମାନସିକ ନିର୍ଯାତନା ଦେଉଥିବାରୁ ସମ୍ପୃକ୍ତ ମହିଳା କେସିଙ୍ଗା ଥାନାରେ ଡିଏସ୍‌ପିଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗକୁ ଆଧାର କରି ପୋଲିସ ଡିଏସ୍‌ପି ନାୟକଙ୍କୁ କେସିଙ୍ଗା ଥାନାରେ ଅଟକ ରଖିଛି।