ମାଲକାନଗିରି ଉବୁଟୁବୁ

ମାଲକାନଗିରି/ କାଲିମେଳା,୨୧ା୭(ଦୁର୍ଯ୍ୟୋଧନ ପାତ୍ର/ ଜୀବନକୃଷ୍ଣ ଦାସ)ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ମାଲକାନଗିରି ଜିଲା ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଯାଇଛି। କାଲିମେଳା ବ୍ଲକ୍‌ର ପୋଟେରୁ, କାଙ୍ଗୁରୁକୋଣ୍ଡା, ଏମ୍‌ଭି ୯୦ ଓ ଏମ୍‌ଭି ୯୬ ଓ ପଡିଆ ବ୍ଲକ କନ୍ୟାଶ୍ରମ ନଦୀ ପୋଲ ଉପରେ ପ୍ରାୟ ୫ ଫୁଟ ଊର୍ଦ୍ଧ୍ୱରେ ବର୍ଷା ଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି। ଫଳରେ ମାଲକାନଗିରିରୁ ମୋଟୁକୁ ଯାତାୟାତ ସମ୍ପୂର୍ଣ୍ଣ ଭାବେ ଠପ୍‌ ସହ ପଡୋଶୀ ଆନ୍ଧ୍ରପ୍ରଦେଶ, ତେଲଙ୍ଗାନାକୁ ମଧ୍ୟ ଯୋଗାଯୋଗ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ମାଲକାନଗିରି ବ୍ଲକ୍‌ ଚଲାଣଗୁଡା ସଦର ପଞ୍ଚାୟତରୁ ଛତିଶଗଡ ସୁକ୍‌ମାକୁ ଯିବା ରାସ୍ତା ଚଲାଣଗୁଡା ଗ୍ରାମ ନିକଟରେ ମଧ୍ୟ ନଦୀ ଉପରୁ ବର୍ଷାଜଳ ପ୍ରବାହିତ ହେଉଥିବାରୁ ମାଲକାନଗିରିରୁ ସୁକ୍‌ମାକୁ ଯିବା ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଫଳରେ ଅନେକ ଶହ ଗାଡି ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଦେଖିବାକୁ ମିଳିଛି। ସେହିପରି ଟିଟିବେରିରୁ ମାଟାପାକା ରାସ୍ତାରେ ବର୍ଷା ଜଳ ପ୍ରବାହିତ ହୋଇ ଯାତାୟାତ ଠପ୍‌ ହୋଇଯାଇଛି। ଚାଷଜମିରେ ବର୍ଷାଜଳ ପ୍ରବେଶକରି ହିଡ଼ ଭାଙ୍ଗିବା ସହ ଧାନ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କତାମେଟାଠାରୁ କୁଡୁମୁଲୁଗୁମ୍ମାକୁ ସଂଯୋଗ କରୁଥିବା ସିରିପେଟା ଗ୍ରାମ ନିକଟରେ ମୁଖ୍ୟ ରାସ୍ତା ଉପରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ଅଗ୍ନିଶମ ବାହିନୀ କାଟି ରାସ୍ତା ସଫା କରିଛନ୍ତି।

ସେହିପରି ଖଇରପୁଟ ବ୍ଲକ୍‌ ବଣ୍ଡାଘାଟିରେ ପାହାଡ ଉପରୁ ବର୍ଷା ଜଳ ପ୍ରବାହିତ ହୋଇ ଖଇରପୁଟରୁ ମୁଦୁଲିପଡା ଓ ଅଣ୍ଡ୍ରାହାଲ ଦୁଇଟି ପଞ୍ଚାୟତକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲାରେ ଲଗାଣ ବର୍ଷାରେ ଖଇରପୁଟଠାରୁ ବଣ୍ଡାଘାଟି ଯିବା ରାସ୍ତା ମାଙ୍କଡ଼ଝୋଲା ନିକଟରେ ପାହାଡ ଉପରୁ ବର୍ଷାଜଳ ପ୍ରବାହିତ ହୋଇଥିବା ଦେଖିବାକୁ ମିଳିଛି। ସେହିପରି କୁଡୁମୁଲୁଗୁମାଠାରୁ ସିରିପେଟା ମଧ୍ୟରେ ଥିବା ନବନିର୍ମିତ ପୋଲ ସଂଯୋଗୀକରଣ ରାସ୍ତା ଧୋଇହୋଇଯିବାରୁ ଯାତାୟାତ ବନ୍ଦ ହୋଇଯାଇଛି। ଅପରପକ୍ଷରେ ଜିଲା ପ୍ରଶାସନ ତରଫରୁ ପୋଟେରୁ, ଏମ୍‌ଭି ୯୦, ଏମ୍‌ଭି ୯୬, କାଙ୍ଗୁରୁକୋଣ୍ଡା ନଦୀ ନିକଟରେ ପୋଲିସ ଦ୍ୱାରା ବାରିକେଟ୍‌ କରାଯାଇ ପୋଲ ଉପରେ ଯାତାୟାତ ନ କରିବାକୁ ବାରଣ କରାଯାଇଛି। ସେହିପରି ନଦୀର ଉଭୟ ପାର୍ଶ୍ୱରେ ଅଟକି ରହିଥିବା ଗାଡିଗୁଡିକର ଯାତ୍ରୀମାନଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସମସ୍ତଙ୍କୁ ସୁରକ୍ଷିତ ଜାଗାକୁ ସ୍ଥାନାନ୍ତର ସହ ସେମାନଙ୍କ ଖାଦ୍ୟପେୟ ଓ ଅନ୍ୟାନ୍ୟ ସୁବିଧା ପ୍ରଶାସନ ଦ୍ୱାରା କରାଯାଇଛି। ଏପରି ପରିସ୍ଥିତିରେ ଯେପରି କୌଣସି ଅଘଟଣ ନ ଘଟେ ସେଥିପ୍ରତି ଦୃଷ୍ଟିଦେଇ ଅଗ୍ନିଶମ ବିଭାଗ, ଓଡ୍ରାଫ୍‌ ଟିମ୍‌, ବନ୍ୟାର ମୁକାବିଲା ନିମନ୍ତେ ପ୍ରସ୍ତୁତ ଥିବା ଦେଖିବାକୁ ମିଳିଛି।
ସୂଚନାଯୋଗ୍ୟ, ଜିଲାରେ ଶନିବାର ସକାଳ ୧୦ଟା ସୁଦ୍ଧା ମାଲକାନଗିରି ବ୍ଲକ୍‌ରେ ୧୫.୨ ମି.ମି. ବର୍ଷା ହୋଇଥିବା ବେଳେ ମାଥିଲି ବ୍ଲକରେ ୪୩.୦ ମି.ମି. , ଖଇରପୁଟ ବ୍ଲକରେ ୫୨.୦ ମି.ମି. , ଚିତ୍ରକୋଣ୍ଡା ବ୍ଲକରେ ୧୫.୪ ମି.ମି. , କୋରୁକୋଣ୍ଡା ବ୍ଲକରେ ୩୩.୦ ମି.ମି. , ପଡ଼ିଆ ବ୍ଲକ୍‌ରେ ୨୫.୩ ମି.ମି. , କାଲିମେଳା ବ୍ଲକରେ ୧୫.୦ ମି.ମି. ବର୍ଷା ରେକର୍ଡ ହୋଇଛି। ଜିଲାରେ ମୋଟ ୧୯୮.୯ ମି.ମି. ବର୍ଷା ହୋଇଥିବା ବେଳେ ହାରାହାରି ୨୮.୪୧ ମି.ମି. ବର୍ଷା ହୋଇଥିବା ପାଣିପାଗ ବିଭାଗ ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁଜିତଙ୍କ ପରେ କିଏ? ବିଜେଡିରେ ଛନକା, ସାମ୍ନାକୁ ଆସିଲା ଭିତିରି କଥା…

ଭୁବନେଶ୍ୱର,୭।୯: ପ୍ରଥମେ ମମତା ଏବେ ସୁଜିତ ଶଙ୍ଖ ଛାଡି ପଦ୍ମ ଶିବିରରେ। ଯାହା ଓଡ଼ିଶା ରାଜନୀତିକୁ ଏକ ରୋଚକ ମୋଡକୁ ନେଇଛି। ଫଳରେ ବିଜେଡି ଏବେ...

ବଡ଼ ଖବର, ନୂଆଁଖାଇ ପାଇଁ ପୋଲିସଙ୍କୁ ମିଳିବ ଛୁଟି

ସମ୍ବଲପୁର, ୭।୯: କାଲି ନୂଆଁଖାଇ। ଏଥିପାଇଁ ପୋଲିସଙ୍କୁ ମିଳିଛି ଛୁଟି। ସମ୍ବଲପୁର ଜିଲା ପୋଲିସକୁ କାଲି ନୂଆଁଖାଇ ପାଇଁ ଛୁଟି ଘୋଷଣା ହୋଇଛି। ଏନେଇ ସୂଚନା...

ସୁଭଦ୍ରାକୁ ନେଇ ସରକାରଙ୍କ ବଡ଼ ସୂଚନା, ରାଜ୍ୟ ବାହାରେ ଥିବା ମହିଳାଙ୍କୁ ବି ମିଳିବ ଟଙ୍କା

ଭୁବନେଶ୍ୱର,୭।୯: ସୁଭଦ୍ରା ଯୋଜନାକୁ ନେଇ ବଡ଼ ସୂଚନା ଦେଇଛନ୍ତି ରାଜ୍ୟ ସରକାର। ଭୁବନେଶ୍ୱରରେ ଆଜି ସୁଭଦ୍ରା ସଚେତନତା ରଥର ଉଦ୍‌ଘାଟନ କରିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ...

ସୁଜିତ କୁମାରଙ୍କୁ କିଏ ଦେଉଥିଲେ ଧମକ, ଖୋଲାଖୋଲି କହିଦେଲେ ନାଁ, ରାଜ୍ୟ ରାଜନୀତିରେ ହଲଚଲ!

ଭୁବନେଶ୍ୱର,୭।୯: ମମତା ମହନ୍ତଙ୍କ ପରେ ସୁଜିତ କୁମାର । ବିଜେଡି ଏମପି ଥିବା ସୁଜିତ କୁମାର ଶୁକ୍ରବାର ଏମ୍ପି ପଦରୁ ଇସ୍ତଫା ଦେବା ପରେ, ଭାଜପାରେ...

ଭିଜିଲାନ୍ସ ଜାଲରେ ଏମଭିଆଇ, ଲକ୍ଷଲକ୍ଷ ଟଙ୍କା ସହ ଧରାପଡ଼ିଲେ

ଭୁବନେଶ୍ୱର,୭।୯: ଲକ୍ଷଲକ୍ଷ ଟଙ୍କା ସହ ଧରାପଡିଲେ ଏମଭିଆଇ। ଭିଜିଲାନ୍ସ ଜାଲରେ ଏମଭିଆଇ ବିଜୟ ବେହୁରିଆ। ୧ ଲକ୍ଷ ୩୨ ହଜାର ଟଙ୍କା ସହ ଧରାପଡ଼ିଲେ ନୂଆପଡ଼ା...

ଭାଜପାରେ ଯୋଗଦେବେ ବିଜେଡିର ଆହୁରି ବଡ଼ବଡ଼ ନେତା: ସମ୍ପର୍କରେ ଅଛନ୍ତି…

ଭୁବନେଶ୍ୱର,୭।୯: ପାଲଲହଡ଼ା ବିଧାୟକ ଅଶୋକ ମହାନ୍ତି କହିଛନ୍ତି ବିଜେଡି ଏବେ ସଙ୍କଟରେ । ବିଜେଡିର ଅନେକ ନେତା ସମ୍ପର୍କରେ ଅଛନ୍ତି । ଆହୁରି କିଛି ବଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri