ମାଲକାନଗିରି,୧୬।୯(ଡି.ଏନ୍.ଏ.): ରାଜ୍ୟରେ କରୋନା ସଂକ୍ରମଣ ବିଢ଼ିବାରେ ଲାଗିଛି। ବିଧାୟକ ଠାରୁ ଆରମ୍ଭ କରି ମନ୍ତ୍ରୀ କରୋନାରେ ସଂକ୍ରମିତ ହେଉଛନ୍ତି । ଏହାରି ମଧ୍ୟରେ ବୁଧବାର ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। କରୋନା ପଜିଟିଭ ଚିହ୍ନଟ ପରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଛି॥
ମାଢ଼ିଙ୍କ ରାପିଡ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଯାହାର ରିପୋର୍ଟ ନେଗେଟିଭ୍ ଆସିଥିଲା। କିନ୍ତୁ ଆର୍ଟିପିସିଆର ଟେଷ୍ଟ ପାଇଁ ନମୁନା ଭୁବନେଶ୍ୱର ପଠାଯାଇଥିଲା ଯାହାର ରିପୋର୍ଟ ପଜିଟିଭ ଆସିଛି। ରିପୋର୍ଟ ପଜିଟିଭ୍ ଆସିବାରୁ ପ୍ରଥମେ ମାଲକାନଗିରି କୋଭିଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ପରେ ଭୁବନନେଶ୍ୱର କିମ୍ସକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ଶଯ୍ୟା ନ ଥିବାରୁ ତାଙ୍କୁ ଏମ୍ସରେ ଭର୍ତି କରାଯାଇଛି। ବିଧାୟକଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୪ଜଣ ଭାଜପା ନେତା ଓ କର୍ମୀ କୋଭିଡ ଟେଷ୍ଟ ନିମନ୍ତେ ନମୁନା ପ୍ରଦାନ କରିଛନ୍ତି।