ଅନର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦ ଶଟ୍‌ଡାଉନ୍‌ ଘୋଷଣା

ମାଲକାନଗିରି,୧୮।୭(ଡି.ଏନ୍‌.ଏ.): ମାଲକାନଗିରି ପୌର ପରିଷଦରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଶନିବାରଠାରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାଲକାନଗିରି ପୌର ପରିଷଦକୁ ଶଟଡାଉନ୍‌ ଘୋଷଣା କରା ଯାଇଛି। ତେବେ ଏହି ପରିପ୍ରେକ୍ଷୀରେ ସମସ୍ତ ତେଜରାତି ଓ ପନିପରିବା ଦୋକାନ ମଧ୍ୟ ବନ୍ଦ ରହିଥିବା ବେଳେ ପ୍ରତ୍ୟେକ ଓ୍ବାର୍ଡରେ କେତେଜଣଙ୍କୁ ସଉଦା ଓ ପନିପରିବା ବିକ୍ରୟ କରିବା ନିମନ୍ତେ ମଧ୍ୟ ଆଦେଶ ଦିଆଯାଇଛ। ପ୍ରତ୍ୟେକ ଓ୍ବାର୍ଡରେ ଦୁଇରୁ ତିନିଜଣ କିରାଣୀ ଜିନିଷ ବିକ୍ରୟ କରିପାରିବେ ଏବଂ ସେହିପରି ପନିପରିବା ମଧ୍ୟ ପ୍ରତି ଦୁଇରୁ ତିନୋଟି ଓ୍ବାର୍ଡକୁ ଦୁଇଜଣ ଲେଖାଏଁ ବିକ୍ରୟ କରିପାରିବେ। ଏମାନଙ୍କୁ ସହ ଯୋଗ କରିବା ନିମନ୍ତେ ମଧ୍ୟ ଜଣ ଜଣଙ୍କୁ ଭଲ୍ୟୁଣ୍ଟର ଭାବେ ରଖାଯାଇଛି। ସେହିପରି ପ୍ରତ୍ୟେକ ଓ୍ବାର୍ଡକୁ ଜଣେ ଲେଖାଏଁ ଶିକ୍ଷକ ଓ ଓ୍ବାର୍ଡ ଅଧିକାରୀଙ୍କୁ ଏହାର ଦେଖାରେଖା କରିବା ନିମନ୍ତେ ଦାୟିତ୍ୱ ଦିଆ ଯାଇଛି। ଏଥିସହ ସମସ୍ତ ସଉଦା ଦୋକାନ, ପନିପରିବା ଦୋକାନ ଓ ଓ୍ବାର୍ଡ ଅଧିକାରୀମାନଙ୍କ ଫୋନ ନଂ ମଧ୍ୟ ଦିଆଯାଇଛି। ଅତ୍ୟାବଶ୍ୟକ ପରିସ୍ଥିତିରେ ଓ୍ବାର୍ଡ ଅଧତକାରୀ ମାନଙ୍କ ସହ ଯୋଗାଯୋଗ କରି ପାରିବୋ ଯଦି ଜନସାଧାରଣ ଏହି ଦୋକାନ ମାନଙ୍କୁ ନିଜର ସୌଦା ଆଣିବା ନିମନ୍ତେ ଯିବାକୁ ହେଲେ କେବଳ ଚାଲି ଚାଲି ଯାଇ ଆଣିବେ ଏବଂ ଏଥିସହ ମୁହଁରେ ମାସ୍କ ଲଗାଇ, ସାମାଜିକ ଦୂରତା ରକ୍ଷା କରି ଜିନିଷ କ୍ରୟ କରିବେ। କୋବିଡ-୧୯ର ସମସ୍ତ ନିୟମକୁ ପାଳନ କରିବା ନିମନ୍ତେ ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛିା