ମାଲକାନଗିରି,୪ା୧୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ବୁଧବାର ସକାଳେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟାରୁ ୭.୩୦ ମଧ୍ୟରେ ୩ରୁ ୪ ସେକେଣ୍ଡ ଏହା ଅନୁଭୂତ ହୋଇଥିଲା। ମାଲକାନଗିରି ସହ କାଲିମେଳା ଓ ପଡ଼ିଆ ବ୍ଲକ୍ର କେତେକ ସ୍ଥାନରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି। ପାଣିପାଗ ବିଭାଗ ପକ୍ଷରୁ ଏଥିନେଇ କୌଣସି ସୂଚନା ଦିଆଯାଇନାହିଁ।
ସୂଚନାଯୋଗ୍ୟ, ୪ ବର୍ଷ ପୂର୍ବେ ମଧ୍ୟ ମାଲକାନଗିରି ସଦରମହକୁମାରେ ଏପରି ମୃଦୁ ଭୂୂକମ୍ପ ଅନୁଭୂତ ହୋଇଥିଲା।